fbpx

ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ଏଫଆଇଆର, ତାଲିବାନ ସହ କରିଥିଲେ ଆରଏସଏସକୁ ତୁଳନା

Advertisement

ମୁମ୍ବାଇ: ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ହୋଇଛି ମାମଲା ରୁଜୁ । ଆରଏସଏସ ବିରୋଧରେ ବିବାଦୀୟ ଟିପ୍ପଣୀ ଅଭିଯୋଗରେ ମୁମ୍ବାଇ ପୋଲିସ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମକଦ୍ଧମା ସ୍ଥାନୀୟ ଓକିଲ ସନ୍ତୋଷ ଦୁବେଙ୍କ ଅଭିଯୋଗ ଆଧାରରେ କରାଯାଇଛି । ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହ ତୁଳନା କରିଥିଲେ ।

ସାର୍ବଜିନକ ସ୍ଥାନ ତଥା ସୋସିଆଲ ମିଡିଆରେ ବଲିଉଡ ଗୀତିକାର ଜାଭେଦ ଅଖତର ବେଶ୍ ସକ୍ରିୟ ରହିଥାନ୍ତି । ଏହା ଛଡ଼ା ସେ ନିଜର ବୟାନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କର ଏହି ବୟାନବାଜି ତାଙ୍କ ଉପରେ ଭାରିପଡ଼ିଛି । ଆରଏସଏସର ତୁଳନା ତାଲିବାନ ସହ କରିବା ମାମଲାରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୋଲିସର କହିବା ଅନୂଯାୟୀ ସ୍ଥାନୀୟ ଓକିଲଙ୍କ ଅଭିଯୋଗରେ ମୁଲନ୍ଦ ଥାନାରେ ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦(ମାନହାନୀ ପାଇଁ ଦଣ୍ଡ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.