fbpx

ଭି.କେ ପାଣ୍ଡିଆନଙ୍କ ନାଁରେ ଏଫଆଇଆର, କ୍ୟାପିଟାଲ ଥାନାରେ ମାମଲା

ଭୁବନେଶ୍ୱର: ପୂର୍ବତନ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନାମରେ ଏଫଆଇଆର ଦାଖଲ ହୋଇଛି। ଏହି ଅଭିଯୋଗ କ୍ୟାପିଟାଲ ଥାନାରେ କରାଯାଇଛି। ଏହି ଏଫଆଇଆରକୁ ଆଇନଜୀବୀ ସଧୀର ଚରଣ ମହାନ୍ତି ଦେଇଛନ୍ତି। ସରକାରୀ ପାଣ୍ଠିର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି।

ଏହା ପୂର୍ବରୁ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାକୁ ନେଇ ତଦନ୍ତ ହେବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ ବଡ଼ ବୟାନ ଦେଇଥିଲେ । ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ କିଏ ଅନୁମତି ଦେଲା ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ? ଖର୍ଚ୍ଚ କିପରି ହୋଇଛି ତାହା ତଦନ୍ତ ପରିସରଭୁକ୍ତ ହେବ ବୋଲି କୁହାଯାଉଥିଲା।

ରାଜ୍ୟର ପୂର୍ବତନ ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରତିକ୍ରିୟା ଦେଇଥିଲେ। ସେ କହିଛନ୍ତି, ସେ ହେଲିକପ୍ଟରରେ ବୁଲି ଜନ ଶୁଣାଣି କରୁଥିଲେ । ମଠ ଓ ମନ୍ଦିରର ବିକାଶ ହୋଇଛି । ବିଜେପି ସରକାର ଆସିବା ପରେ ପିସି କାରବାର ବଢ଼ିଛି । ଯଦି ନବୀନ ସରକାର ଦୁର୍ନୀତିଗ୍ରସ୍ତ ଥିଲା ତେବେ ଏତେ ବର୍ଷ କିପରି ଶାସନ କରୁଥିଲା ?

Get real time updates directly on you device, subscribe now.