fbpx

ଜୋତା ପାଇଁ ବିଗିଡ଼ିଲା ମାମଲା: ଥାନାରେ FIR ଦାୟର କଲେ ଯୁବକ, ତଦନ୍ତ କରୁଛନ୍ତି ଦୁଇ ରାଜ୍ୟ ପୋଲିସ

ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ଗାଡ଼ି, ସୁନା ଗହଣା ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ ଚୋରି ହେଲେ ପୋଲିସରେ ଅଭିଯୋଗ କରିଥାନ୍ତି । ତେବେ ଜୋତା ଚୋରିହେଲେ କେବେ ଏଫଆଇଆର ଦାୟର ହେବା ଶୁଣିଛନ୍ତି କି? ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କର ଜୋତା ଚୋରି ହୋଇଯାଇଥିଲା । ଏହାପରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ମାମଲା ଦାୟର କରିଥିଲେ ।

ସୂଚନା ମୁତାବକ, ଚଳନ୍ତ୍ରା ଟ୍ରେନରୁ ଜୋତା ଜୋରି ହେବା ପରେ ତାହାକୁ ଖୋଜିବା ପାଇଁ ଉତ୍ତରପ୍ରଦେଶ ଓ ବିହାର ଦୁଇ ରାଜ୍ୟର ପୋଲିସ ସାମିଲ ହୋଇଥିଲେ । ତଥାପି ଚୋରି ଜୋତାର କୌଣସି ସନ୍ଧାନ ମିଳିପାରି ନଥିଲା । ସୀତାମଢ଼ୀ ନିବାସୀ ରାହୁଲ କୁମାର ଝା ନାମକ ଜଣେ ବ୍ୟକ୍ତି ଜୟନଗର କ୍ଲୋନ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ଜୋତା ଚୋରି ହୋଇଯାଇଥିଲା । ଏହାପରେ ସେ ମୁଜାଫରପୁର ରେଲୱେ ପୋଲିସରେ ଅଭିଯୋଗ କରିଥିଲେ । ସିଟ୍ ତଳେ ରଖାଯାଇଥିବା ଜୋତା ଯାତ୍ରା ସମୟରେ ଗାଏବ୍ ହୋଇଥିବା ରାହୁଲ ଦର୍ଶାଇଥିଲେ ।

ତେବେ ରାହୁଲଙ୍କ ଅଭିଯୋଗ ପରେ ମୁଜାଫରପୁର ଥାନାର ରେଫରେନ୍ସ କ୍ରମେ ମୁରାଦାବାଦ ଥାନାରେ ମାମଲା ଦାୟର ହୋଇଥିଲା । ଜୋତା ସହିତ ଚୋରକୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ଗତ ଅକ୍ଟୋବର ମାସ ୨୮ ତାରିଖରେ ମୁଜାଫରପୁର ଆସୁଥିବା ବେଳେ ଟ୍ରେନରେ ଶୋଇ ଯାଇଥିଲେ ରାହୁଲ । ଏହି ସମୟରେ ତାଙ୍କର ଜୋତା ଚୋରି ହୋଇଯାଇଥିବା ସେ ଏଫଆଇରେ ଦର୍ଶାଇଛନ୍ତି । ତେବେ ଜୋତା ପାଇଁ ଏଫଆଇଆର ଦାୟର ହେବା ଘଟଣା ସାଧାରଣରେ ଏକ କୌତୁହଳ ପରିସ୍ଥିତି ସୃଷ୍ଟି କରିଛି । ଉକ୍ତ ମାମଲାର ଏଫଆଇଆର କପି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.