MKCG ମେଡ଼ିକାଲରେ ରାତିଅଧରେ ଲାଗିଲା ନିଆଁ: ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, କିଛି କର୍ମଚାରୀ ଅସୁସ୍ଥ
MKCG ମେଡ଼ିକାଲରେ ଅଗ୍ନିକାଣ୍ଡ । ସଟ୍ସର୍କିଟ କାରଣରୁ ଲାଗିଲା ନିଆଁ । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି ।
ବ୍ରହ୍ମପୁର: MKCG ମେଡ଼ିକାଲରେ ଅଗ୍ନିକାଣ୍ଡ । ରୋଗୀ ନିଦାନ କେନ୍ଦ୍ରର ତଳ ମହଲାରେ ରହିଥିବା ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ ସେକ୍ସନରେ ମଧ୍ୟ ରାତିରେ ନିଆଁ ଲାଗିଛି ।
ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ରସାୟନ ପଦାର୍ଥ ଜଳି ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ତେବେ କ୍ଷୟକ୍ଷତିର ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇ ନାହିଁ ।