fbpx

ପୁରୀ ରେଲୱେ ଷ୍ଟେସନରେ ଲାଗିଲା ନିଆଁ: ଲିଭାଇବାକୁ ପୋଲିସ ସହ ଦମକଳ ବାହିନୀର ଉଦ୍ୟମ ଜାରି

ପୁରୀ: ଶ୍ରୀକ୍ଷେତ୍ର ପୁରୀ ରେଳ ଷ୍ଟେସନରେ ହଠାତ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । ତେବେ ୱାଶିଂ ଲାଇନରେ ଥିବା ୨୪ ଏବଂ ୨୫ ନମ୍ବରର ଇନଭର୍ଟରରରେ ସର୍ଟ ସିର୍କଟ ହେବା ଯୋଗୁଁ ଏଭଳି ଏକ ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ରେଲୱେ ପୋଲିସ ଏବଂ ଦମକଳ ପାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହା ସହିତ ୱାଶିଂ କର୍ମଚାରୀ ମଧ୍୍ୟ ଏଥିରେ ସାହାଯ୍ୟ କରୁଛନ୍ତି । ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

Get real time updates directly on you device, subscribe now.