fbpx

ଅନାଚକ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଜଳିଗଲା 8 ବଖରା

fire breaks out in kendrapara 8 house destroyed

କେନ୍ଦ୍ରାପଡା: ବିଳମ୍ବିତ ରାତିରେ କେନ୍ଦ୍ରାପଡାରେ ଅଘଟଣ । ନିଆଁ ଆଁରେ ଜଳିଗଲା ଘର । 4 ପରିବାରର 8 ବଖରା ଘର ଜଳି ଯାଇଥିବା ଜଣାପଡିଛି । ରାଜକନିକା ଥାନା କାଟଣା ଗାଁଜରେ ଘଟିଛି ଏହି ଦୁଃଖଦ ଘଟଣା । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ କରିଛନ୍ତି । ତେବେ ନିଆଁ ଆଁରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଜଳିଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ହଠାତ ଏକ ଘରେ ନିଆଁ ଲାଗିଯାଇଥିଲା । ଏହା ପରେ କିଛି କ୍ଷଣ ମଧ୍ୟରେ ଏହା ବ୍ୟାପି ଯାଇଥିଲା । ଦେଖୁଦେଖୁ ମାଡିଗଲା ନିଆଁ । ତେବେ ନିଆଁର ଭୟାବହତା ଏତେ ରହିଥିଲା ଯେ, ଗ୍ରାମବାସୀ ମଧ୍ୟ ଆୟତ୍ତ କରିପାରିଲେ ନାହିଁ । ଅଗ୍ନିଶମ ବାହିନୀ ପହଞ୍ଚିବାରେ ସାମାନ୍ୟ ବିଳମ୍ବ କାରଣରୁ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଧୂଆଁ ଯୋଗୁଁ ନିଆଁ ଆୟତ୍ତ କରିବାରେ ମଧ୍ୟ ବିଳମ୍ବ ହୋଇଯାଇଥିଲା । ସମ୍ପୁର୍ଣ୍ଣ ନିଆଁକୁ ଆୟତ୍ତ କରିବା ପାଇଁ 4 ଘଣ୍ଟା ସମୟ ଲାଗିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.