fbpx

ଅଯୋଧ୍ୟା ଯାଉଥିବା ବାଣ ବୋଝେଇ ଟ୍ରକରେ ଲାଗିଲା ନିଆଁ; ଘଣ୍ଟା ଘଣ୍ଟା ଧରି ହେଲା ବିସ୍ଫୋରଣ

ଓଡ଼ିଶା ଭାସ୍କର: ଉନ୍ନାଓ ଜିଲ୍ଲାର ଖରଗିଖେଡ଼ା ଗାଁ ନିକଟରେ ଅଘଟଣ । ବାଣ ବୋଝେଇ ଏକ ଟ୍ରକରେ ସନ୍ଦେହଜନକ ଅବସ୍ଥାରେ ନିଆଁ ଲାଗିଯାଇଛି । ଏହି କାରଣରୁ ଟ୍ରକ୍ ଟି ଜଳିବାକୁ ଲାଗିଥିଲା ଏବଂ ଘଣ୍ଟା ଘଣ୍ଟା ଧରି ବିସ୍ଫୋରଣ ହୋଇଥିଲା । ବାଣ ଫୁଟିବା କାରଣରୁ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ଲୋକଙ୍କ ଭିଡ଼ ଜମିଥିଲା । ଖବର ଦେବାର ଘଣ୍ଟାଏ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆଯତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଭୋର ପ୍ରାୟ ସାଢ଼େ ୪ଟା ରେ ଏହି ଘଟଣା ଘଟିଛି । ଫଳରେ ଉନ୍ନାଓ-ପୂର୍ବା ରାସ୍ତାରେ ଦୁଇ ଘଣ୍ଟା ଧରି ଜାମ୍ ହୋଇଥିଲା । ଏହି ସମୟରେ ରାସ୍ତା କଡ଼ରେ ଥିବା ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବାଣ ଫୁଟିବାରୁ ଘରର ଜିନିଷ ପତ୍ର ଜଳି ଯାଇଥିଲା । ଟ୍ରକ୍ ଟି ତାମିଲନାଡୁରୁ ଅଯୋଧ୍ୟା ଅଭିମୁଖେ ଯାଉଥିଲା ବୋଲି କୁହାଯାଉଛି ।

 

Get real time updates directly on you device, subscribe now.