fbpx

Cosmatic କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଫସିଲେ ୧୫-୨୦ ଶ୍ରମିକ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଏକ କସମେଟିକ ତିଆରି କରିଥିବା କାରଖାନାରେ ନିଆଁ ଲାଗିଯାଇଛି । ଏହି କାରଖାନାରେ ୧୫ରୁ ୨୦ ଶ୍ରମିକ ଫସିଯାଇଛନ୍ତି । ଏହି ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଛି ଏବଂ ଏଥିରେ ଜଣେ ମହିଳା ଛାତ ଉପରେ ଥିବାର ନଜର ଆସୁଛନ୍ତି ।

ସୂଚନା ମୁତାବକ, ହିମାଚଳ ପ୍ରଦେଶର ଇଣ୍ଡଷ୍ଟ୍ରିଆଲ ନଗରୀର ଏହି ଘଟଣା । ଏଠାରେ ଏକ କସମେଟିକ ପ୍ରଡକ୍ଟ ତିଆରି କରୁଥିବା କାରଖାନାରେ ଭୟଙ୍କର ନିଆଁ ଲାଗିଯାଇଛି । ଏଥିରେ ବହୁ ସଂଖ୍ୟାରେ ଶ୍ରମିକମାନେ ଫସିଯାଇଛନ୍ତି । ନିଆଁ ଲାଗିବା କାରଣ ସ୍ପଷ୍ଟ ହୋଇନାହିଁ । ଦମକଳ ବିଭାଗର ୧୨ଟି ଗାଡି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ପହଁଚିଛି । ରିଲିଫ ଏବଂ ଉଦ୍ଧାର ପାଇଁ ଏନଡିଆରଏଫର ଟିମ ଘଟଣାସ୍ଥଳରେ ପହଁଚିଛନ୍ତି ।

ନିଆଁ ଲାଗିବା ପରେ ଘଟଣାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ କାରଖାନା ବାହାରେ ଦୌଡୁଥିବାର ନଜର ଆସିଛନ୍ତି। ଏକ ଭିଡିଓରେ କାରଖାନାର ଛାତ ଉପରେ ଜଣେ ମହିଳା ମଧ୍ୟ ନଜର ଆସିଛନ୍ତି। ଏହି ମହିଳା ଧୂଆଁ ମଧ୍ୟରେ ଫସି ରହିଛନ୍ତି। ସେହିଭଳି ଏକ ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ କାରଖାନାରେ ୧୫-୨୦ ଲୋକ ଫସି ରହିଛନ୍ତି।

Get real time updates directly on you device, subscribe now.