fbpx

କଟକ ଶିଶୁଭବନ ICUରେ ଅଗ୍ନିକାଣ୍ଡ

କଟକ,୧୩ ।୩(ଓଡିଶା ଭାସ୍କର): କଟକ ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡ ଘଟିବାର କିଛି ସମୟ ମଧ୍ୟରେ ହିଁ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଶିଶୁ ଭବନରେ କିଭଳି ନିଆଁ ଲାଗିଲା, ସେନେଇ ଅନୁସନ୍ଧାନ କରାଯାଉଛି ।

ତେବେ ଆଇସିୟୁରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଶିଶୁ ଭବନରେ କିଛି ବିଦ୍ୟୁତ୍ ତାର ଜଳିଯାଇଥିବା ସୂଚନା ମିଳିଛି । ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି ।

Get real time updates directly on you device, subscribe now.