fbpx

ଆଉ ଏକ ବଡ ଟ୍ରେନ୍ ଦୁର୍ଘଟଣା, ସର୍ଟ ସର୍କିଟ୍ ଯୋଗୁ ଫାଲକନୁମା ଏକ୍ସପ୍ରେସ୍ ରେ ଲାଗିଗଲା ନିଆଁ

Advertisement

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ଏବେବି ଲୋକଙ୍କୁ ମନରୁ ଲିଭିନାହିଁ । ଏହା ପରେ ପରେ ଦେଶରେ କେଉଁଠି ନା କେଉଁଠି ଟ୍ରେନ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଏବେ ହାୱଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଟ୍ରେନ୍ ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ।

ସିକନ୍ଦରାବାଦ ନିକଟ ପାଗଡପାଲି-ବୋମାଇପାଲି ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ସର୍ଟ ସର୍କିଟ୍ କାରଣରୁ ଟ୍ରେନରେ ନିଆଁ ଲାଗିଥିବା କୁହାଯାଉଛି । ନିଆଁ ଲାଗିିବା ପରେ ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡିଥିବାରୁ ଜୀବନ ରକ୍ଷା ହୋଇପାରିଛି । ପ୍ରଥମେ ବଗି ନମ୍ବର ୭ରେ ନିଆଁ ଲାଗିବା ପରେ ଏହା ଅନ୍ୟ ବଗିକୁ ବ୍ୟାପି ଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଟ୍ରେନର ୩ଟି ବଗି ପୋଡି ପାଉଁଶ ହୋଇଯାଇଛି ।

 

Get real time updates directly on you device, subscribe now.