ଔଷଧ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୧୪ ଗୁରୁତର

ଗାଜିଆବାଦ, ୧୨ା୩ (ଓଡିଶା ଭାସ୍କର): ଉତ୍ତରପ୍ରଦେଶରେ ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳରେ ଥିବା ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଖବର ଘଟଣାସ୍ଥଳରେ ୪ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫ୍ୟାକ୍ଟ୍ରି ଭିତରେ ରହିଯାଇଥିବା ୧୪ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।