fbpx

(Video) ପୁଣି ଶ୍ରୀକ୍ଷେତ୍ରରେ ଅଘଟଣ: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିଛି । ମହାପ୍ରଭୁଙ୍କ ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ସର ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସମାଗ୍ରୀ ସବୁ ପୋଡ଼ିଯାଇଛି ।

ତେବେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲେ ହେଁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଧିକାରୀମାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଅଘଟଣର କାରଣ ବିଷୟରେ ଅନୁଧ୍ୟାନ କରିଥିଲେ । ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଯାଇଥିଲା । ଏନେଇ ସିଂହଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚଲା ବେଳକୁ ସୁଆର ମହାସୁଆର ସେବକମାନେ ନିଆଁକୁ ଆୟତ କରିସାରିଥିଲେ । ଅନ୍ୟ ସୁଆର ମହାସୁଆର ସେବକ ଏହି ଘଟଣାକୁ ସ୍ୱୀକାର କରିଥିଲେ । ସୁଆର ମହାସୁଆର ନିଯୋଗ ସଭାପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରି ନଥିଲା ।

Get real time updates directly on you device, subscribe now.