fbpx

ରାଜଧାନୀରେ ଅଘଟଣ: RMRC କ୍ୟାମ୍ପସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଅଘଟଣ ଘଟିଛି । ରାଜଧାନୀ ସ୍ଥିତ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଆରସି) କ୍ୟାମ୍ପରେ ଏକ ଅଗ୍ନିକାଣ୍ଡ ଘଟିଛି । କ୍ୟାମ୍ପସର ଷ୍ଟୋର ରୁମରେ ଏହି ଅଗ୍ନିକାଣ୍ଡ ସଂଘଟିତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କୋଭିଡ-୧୯ ସାମ୍ପୂଲ କିଟ୍ ଜଳିଯାଇଥିବା ଜଣାପଡ଼ିଛି । ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା ।

ତେବେ ଆରଏମଆରସି କ୍ୟାମ୍ପସରେ ଅଗ୍ନିକାଣ୍ଡ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ୨ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉକ୍ତ ନିଅାଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ସାଧାରଣ ଭାବେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ମନରେ ହଠାତ୍ ଆଶଙ୍କା ସୃଷ୍ଟି ହୋଇଥାଏ । ଅନେକ ସମୟରେ ରାଜଧାନୀରେ ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ହାନୀ ହୋଇଥିବାର ଦେଖିବାକୁ ମିଳିଛି ।

ଗତ ମାର୍ଚ୍ଚ ମାସ ୮ ତାରିଖ ରାତିରେ ପୁରୀ ନିଳାଦ୍ରୀ କମ୍ପ୍ଲେକ୍ସରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ବେଳେ ଘଟଣାସ୍ଥଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି ପହଞ୍ଚି ଘଟଣାକୁ ତଦାରଖ କରିଥିଲେ । ଏହି ଘଟଣାର ଗୋଟିଏ ଦିନ ପରେ ୧୦ ତାରିଖରେ ପୁଣି ପୁରୀର ନିଳାଦ୍ରୀ କମ୍ପ୍ଲେକ୍ସର ହାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ପୁରୀ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ପାଇଁ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା । ରାଜଧାନୀର ୟୁନିଟ-୧ ସ୍ଥିତ ମାର୍କେଟ ବିଲଡିଂ ଭିତରକୁ ଯାତାୟତର ସୁବିଧା ନଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.