fbpx

ଦେଶର ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ କିଏ ହେବେ? କର୍ଣ୍ଣାଟକ ଡିଜିପିଙ୍କୁ ନେଇ ଚର୍ଚ୍ଚା..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶନିବାର ଏକ ବୈଠକ ପ୍ରସ୍ତୁତ ହୋଇସାରିଛି । ଯେଉଁଥିରେ ତିନି ଜଣିଆ ଚୟନ କମିଟି ସିବିଆଇର ଆଗାମୀ ନିର୍ଦ୍ଦେଶକ ପାଇଁ ନାମ ସ୍ଥିର କରିଛନ୍ତିି । ଏହି ତିନି ଜଣିଆ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭାରେ ବିରୋଧୀ ଦଳର ନେତା ଆଦିର ରଂଜନ ଚୌଧୁରୀ ଏବଂ ଭାରତର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଦ ସାମିଲ ଥିଲେ । ତେବେେ ମନ୍ତ୍ରିମଣ୍ଡଳ ଦ୍ୱାରା କମିଟିକୁ ପଠାଯାଇଥିବା ନାମ ଗୁଡ଼ିକରେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ, ମଧ୍ୟପ୍ରଦେଶର ଡିଜିପି ସୁଧୀର କୁମାର ସାକ୍ସେନା ଏବଂ ଡିଜି ଫାୟାର ସର୍ଭିସେସ୍, ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡ ତାଜ ହାସନ ଅନ୍ତର୍ଭୁକ୍ତ ରହିଛନ୍ତି।

କିନ୍ତୁ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦଙ୍କ ନାମ ନ ଥିବାରୁ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ବିରୋଧ କରିଥିଲେ ଏବଂ ଏହି ପ୍ରକ୍ରିୟା ପୁର୍ନବାର କରିବାକୁ ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ପୂର୍ବରୁ ମଧ୍ୟ ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ପ୍ରବୀଣ ସୁଦଙ୍କ ନାମ ଅଧିକାରୀଙ୍କ ପ୍ୟାନେଲରେ ଅନ୍ତର୍ଭୁକ୍ତ ହୋଇନଥିଲେ। ତେଣୁ ପୁର୍ନବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସେ ଦାବି କରିଥିଲେ ।  ସୂଚନା ଅନୁଯାୟୀ ରଂଜନ ଚୌଧୁରୀ ବିରୋଧ କରିବା ପରେ ଶେଷ ମୁହୂର୍ତ୍ତରେ ପ୍ରବୀଣ ସୁଦଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । ସୂଚନାଯୋଗ୍ୟ, ଭାରତର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଦ୍ ଏହି କମିଟିର ତୃତୀୟ ସଦସ୍ୟ ଅଟନ୍ତି। ଏହି ସମଗ୍ର ପ୍ରକ୍ରିୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜଡିତ ଅଛନ୍ତି।

Get real time updates directly on you device, subscribe now.