CHARIDHAM

BIG BREAKING; ପୁଣି ଏକ ଅଘଟଣ; ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ

ଓଡିଶା ଭାସ୍କର; ରେଳ ବିଭାଗରେ ପୁଣି ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଇଟାୱା ନିକଟରେ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନଟି ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ବୋଲି ସୂଚନା ମିଳିଛି । ନିଆଁ ଲାଗିବା ଫଳରେ ୩ଟି ବଗି ହୁତ ହୁତ ହୋଇ ଜଳୁଥିବା ଚିତ୍ର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ନିଆଁ ଲାଗିଥିବା ବଗିକୁ ଟ୍ରେନରୁ ଅଲଗା କରାଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଟ୍ରେନଟି ସରାଇ ଭୁପାଟ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍ ଡ୍ରାଇଭର ଓ ଗାର୍ଡଙ୍କୁ ଧୂଆଁ ବିଷୟରେ ସୂଚନା ଦେଇ ଟ୍ରେନ୍ ଅଟକାଇଥିଲେ। ଏହାପରେ ଯାତ୍ରୀମାନଙ୍କୁ ସ୍ଲିପର କୋଚରୁ ବାହାରକୁ ନିଆଯାଇଥିଲା। ଟ୍ରେନରେ ନିଆଁ ଲାଗିବା ମାତ୍ରେ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ।