fbpx
BSKY
BJD MS SKY
BJD YOUTH SKY

ବିଶ୍ୱକପକୁ ନେଇ ପାକିସ୍ତାନରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ନିରାଶଜନକ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ୯ ମ୍ୟାଚରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ଏହାପରେ ଅଧିନାୟକ ବାବରଙ୍କ ନେତୃତ୍ୱ ଏବଂ ଦଳର ଏକତାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ପାକିସ୍ତାନର ଖରାପ ପ୍ରଦର୍ଶନ ଯୋଗୁଁ ଅଧିନାୟକ ବାବରଙ୍କୁ ଦାୟୀ କରିବା ସହ ନେତୃତ୍ୱ ପଦରୁ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ ଅନେକ ପୂର୍ବତନ କ୍ରିକେଟର । ତେବେ ଏହାପରେ ବର୍ତ୍ତମାନ ଅଧିନାୟକ ପଦରୁ ଇସ୍ତପା ଦେଇଛନ୍ତି ଅଧିନାୟକ ବାବର ।

ଲିଗ୍ ଷ୍ଟେଜରେ ଖରାପ ପ୍ରଦର୍ଶନ ପରେ ସେମି ଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛି ପାକିସ୍ତାନ । ତେବେ ଏଥିପାଇଁ ଦଳର ପ୍ରଦର୍ଶନ ନିମ୍ନସ୍ତରରେ ରହିବା ସହତ ଅଦିନାୟକ ବାବର ମଧ୍ୟ ନିଜ ବ୍ୟାଟରେ କୌଣସି କମାଲ ଦେଖାଇବାରେ ବିଫଳ ହୋଇଥିଲେ । ତେଣୁ ଏହାକୁ ନେଇ ଅନେକ ପୂର୍ବତନ କ୍ରିକେଟର ଏବଂ ଫ୍ୟାନ୍ସ ବାବରଙ୍କୁ ନେୃତ୍ୱ ପଦରୁ ହଟାଇବା ପାଇଁ ଦାବି କରିଥିଲେ । ଏହାପରେ ଅଧିନାୟକ ବାବର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେତୃତ୍ୱ ପଦର ବିଦାୟ ନେଇଛନ୍ତି । ଏହି ପୋଷ୍ଟରେ ଅଧିନାୟକ ପଦ ମିଳିବା ସମୟକୁ ମନେ ପକାଇବା ସହ ବର୍ତ୍ତମାନ ଅଧିନାୟକ ପଦରୁ ଇସ୍ତଫା ନେଇ ସୂଚନା ଦେଇଛନ୍ତି । ଆଜିଠାରୁ କ୍ରିକେଟର ୩ଟି ଯାକ ଫର୍ମାଟରେ ଅଦିନାୟକ ପଦରୁ ଇସ୍ତଫା ଦେଉଛି କହି ପୋଷ୍ଟ ସେୟାର କରିଛନ୍ତି ବାବର ଆଜମ । ତେବେ ଖେଳାଳି ଭାବରେ ସେ ଦଳରେ ସାମିଲ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

ବାବର ଟ୍ୱିଟରରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋର ମନେ ଅଛି, ଯେତେବେଳେ ମୁଁ ୨୦୧୯ ରେ ପାକିସ୍ତାନର ନେତୃତ୍ୱ ନେବାକୁ ପିସିବି ତରଫରୁ ଫୋନ୍ କଲ ପାଇଥିଲି। ଗତ ଚାରି ବର୍ଷ ମଧ୍ୟରେ, ମୁଁ ପଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଦେଖିଛି । କିନ୍ତୁ ମୋର ସମସ୍ତ ହୃଦୟ ଏବଂ ପୂର୍ଣ୍ଣ ଉତ୍ସର୍ଗ ସହିତ ମୁଁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିଲି। ଏହାପରେ ବାବର କହିଛନ୍ତି ଯେ, ‘ଆଜି ମୁଁ ତିନୋଟି ଫର୍ମାଟରେ ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡିଛି। ଏହା ଏକ କଷ୍ଟସାଧ୍ୟ ନିଷ୍ପତ୍ତି କିନ୍ତୁ ମୁଁ ଭାବୁଛି ଏହି ନିଷ୍ପତ୍ତି ନେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ମୁଁ ତିନୋଟି ଫର୍ମାଟରେ ଖେଳାଳି ଭାବରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିବି । ନୂତନ ଅଧିନାୟକ ଏବଂ ଦଳ ମୋର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ମୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ମଧ୍ୟ କୃତଜ୍ଞ।

Get real time updates directly on you device, subscribe now.