fbpx

(Video) ଶତକ ପରେ ବିରାଟଙ୍କୁ କିସ୍ କଲେ ପତ୍ନୀ ଅନୁଷ୍କା: ପଡ଼ିଆରୁ କୋହଲି ଦେଖାଇଲେ ଲଭ୍

ମୁମ୍ବାଇ: ଦିନିକଆ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଇତିହାସ ରଖିଛନ୍ତି କିଙ୍ଗ କୋହଲି ବିରାଟ । ଭାରତୀୟ ଦଳର ଷ୍ଟାର ବ୍ୟାଟର କୋହଲି ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହି ଶତକ ସହିତ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଅତିକ୍ରମ କରି ନୂଆ ଇତିହାସ ଲେଖିଛନ୍ତି ବିରାଟ । ଦିନିକିଆରେ ୫୦ଟି ଶତକ ହାସଲ କରି ସର୍ବାଧିକ ଶତକ ହାସଲକାରୀ ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ତେବେ କୋହଲିଙ୍କ ଏହି ଶତକ ପରେ ଭାରତୀୟ ଫ୍ୟାନ୍ସଙ୍କ ସହିତ ସଚିନ୍ ତେନ୍ଦୁଲକର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାସହିତ ପତ୍ନୀ ଅନୁଷ୍କା ମଧ୍ୟ ବିରାଟ କୋହଲିଙ୍କୁ ଚିଅର କରୁଥିବାର ଦେଖାଯାଇଛି । ଷ୍ଟାଡିୟମରୁ ସ୍ୱାମୀ କୋହଲିଙ୍କୁ ଫ୍ଲାଇଙ୍ଗ କିସ୍ ପଠାଇଥିଲେ ଅନୁଷ୍କା ।

ବିରାଟ କୋହଲି ସଚିନଙ୍କ ୪୯ ଶତକର ମହାରେକର୍ଡକୁ ଭାଙ୍ଗି ସର୍ବଶ୍ରେଷ୍ଠ ଶତକବୀର ପାଲଟିଛନ୍ତି ବିରାଟ କୋହଲି । ତେବେ ଏହି ଶତକ ପରେ ବିଭିନ୍ନ ମହଲରୁ କୋହଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ପ୍ରତିଯୋଗିତାରେ ତାଙ୍କୁ ସମର୍ଥନ କରିବାକୁ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ସଚିନଙ୍କ ମହାନ ରେକର୍ଡ ଭାଙ୍ଗିବା ପରେ କୋହଲି ଅନୁଷ୍କାଙ୍କୁ ନିଜ ଷ୍ଟାଇଲରେ ଧନ୍ୟବାଦ ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଷ୍ଟାଡିୟମରୁ ଅନୁଷ୍କା ବିରାଟଙ୍କୁ ଫ୍ଲାଇଙ୍ଗ କିସ୍ ପଠାଇଥିବା ବେଳେ ବିରାଟ କୋହଲି ମଧ୍ୟ ପଡ଼ିଆ ଭିତରୁ ଅନୁଷ୍କାଙ୍କ ପାଇଁ ତାଙ୍କ ଭଲ ପାଇବା ଦର୍ଶାଇଛନ୍ତି । ତେବେ ଏହି ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ କୋହଲି କିଛି ସମୟ ପାଇଁ ଯନ୍ତ୍ରଣା ସହ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଏହି ସମୟରେ ଷ୍ଟାଣ୍ଡରେ ବସିଥିବା ଅନୁଷ୍କା ଶର୍ମା ମଧ୍ୟ ଟିକେ ଚିନ୍ତିତ ଦେଖାଯାହୋଇ ପଡ଼ିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଏହି କୋହଲି ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି କରିଥିଲେ। ଏହି ମାଇଲଷ୍ଟୋନ ହାସଲ କରି ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ପରେ ସେ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ କିସ୍ କରି ନିଜ ଭଲ ପାଇବା ଦର୍ଶାଇଛନ୍ତି। ଏହି ମ୍ୟାଚରେ କୋହଲି ୧୧୩ ବଲରେ ୯ ଚୌକା ଓ ୨ ଛକା ସହ ୧୧୭ ରନର ଇନିଂସ ଖେଳିଥିଲେ। କୋହଲି ଚଳିତ ବିଶ୍ୱକପରେ ଏପର୍ୟ୍ୟନ୍ତ ୭୧୧ ରନ୍ ସଂଗ୍ରହ କରି ସର୍ବାଧିକ ସ୍କୋରର ମଧ୍ୟ ଅଟନ୍ତି ।

Get real time updates directly on you device, subscribe now.