ସାଇଡ୍ ମରାକୁ ନେଇ ସାମାନ୍ୟ ବଚସାରୁ ଫାୟାରିଂ, 3 ଜଣ ଯୁବକ ମିଶି କରିଥିଲେ ଗୁଳିମାଡ଼
ବସ୍ତା ଥାନା ଚକୁରି ପାଖରେ ରାତିରେ ସାଇଡ୍ ମରାକୁ ନେଇ ଗୁଳିକାଣ୍ଡ ।
ଭୁବନେଶ୍ବର: ବାଲେଶ୍ବରରେ ଅଭାବନୀୟ ଘଟଣା । ସାଇଡ୍ ମରାକୁ ନେଇ ସାମାନ୍ୟ ବଚସାରୁ ଗୁଳି ମାଡ଼ ।
ବାଲେଶ୍ବର ଜିିଲ୍ଲା ବସ୍ତା ଥାନା ଚକୁରି ପାଖରେ ରାତିରେ ସାଇଡ୍ ମରାକୁ ନେଇ ଗୁଳିକାଣ୍ଡ ହୋଇଥିଲା । ତେବେ ଏଥିରେ ଯୁବକଙ୍କ ଗୋଡ଼ରେ ଗୁଳି ବାଜିଛି । ଆହତ ଯୁବକଙ୍କୁ ବାଲେଶ୍ବର ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ତେବେ ଉକ୍ତ ଯୁବକଙ୍କୁ ୩ ଜଣ ଯୁବକ ଫାୟାରିଂ କରିଥିବା ସୂଚନା ରହିଛି । ବର୍ତ୍ତମାନ ସେମାନଙ୍କ ପାଖେ ପହଞ୍ଚି ପାରିନାହିଁ ପୋଲିସ । ଗୁଳିମାଡ଼ରେ ଆହତ ଯୁବକ ୩ ଅଭିଯୁକ୍ତଙ୍କୁ ଚିହ୍ନିଥିବା କହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ତେବେ ଗୁଳି ମାଡର କାରଣ କେବଳ ସାଇଡ ମରା ନା ଆଉ କିଛି ସେନେଇ ତଦନ୍ତ ଶେଷ ହେବା ପରେ ଜଣାପଡିବ ।