fbpx

ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼: ୨ ଗୁରୁତର

ସୁନ୍ଦରଗଡ଼, ୧ା୩ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏକ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁଳିକାଣ୍ଡ ସମୟରେ ବଞ୍ଚାଇବାକୁ ଆସିଥିବା ଜଣଙ୍କୁ ମଧ୍ୟ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଗୁରୁତରଙ୍କୁ ବଡ଼ଗାଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଥିବା ମଙ୍ଗଳା ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼ କହୋଇଛି । ଦୁର୍ବୃତ୍ତମାନେ ବାଇକରେ ଆସି ଏହି କାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ସୁନା ଦୋକାନୀଙ୍କ ପୁଅ ରୋହିତ ବର୍ମାଙ୍କ ଦେହରେ ୨ଟି ଗୁଳି ଓ ବଞ୍ଚାଇବାକୁ ଆସିଥିବା ସରୋଜ ଦାସଙ୍କ ଦେହରେ ଗୋଟିଏ ଗୁଳି ବାଜିଛି । ଉଭୟ ସରୋଜ ଓ ରୋହିତଙ୍କୁ ବଡ଼ଗାଁ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ କରାଯାଇଥିବା ବେଳେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Get real time updates directly on you device, subscribe now.