fbpx

‘କ୍ଲୋନିଂ’ ଟେକ୍ନୋଲୋଜି ମାଧ୍ୟମରେ ଜନ୍ମନେଲା ଭାରତର ପ୍ରଥମ ଗାଈ: ଦିନକୁ ୧୫ ଲିଟର କ୍ଷୀର ଦେବ

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବନର ଏକ ସ୍ୱତନ୍ତ୍ରତା ରହିଛି । ଦିନକୁ ଦିନ ଟେକ୍ନୋଲୋଜି ଆଗକୁ ବଢ଼ିବାରେ ଲାଗିଛି । ଖୁବଶୀଘ୍ର ଦେଶର କ୍ଷୀର ଉତ୍ପାଦନ ବୃଦ୍ଧି ପାଇବ । ନିକଟରେ ବୈଜ୍ଞାନିକମାନେ ଏକ ନୂଆ ପଦ୍ଧତିର ଉପଯୋଗ କରି ଏକ ‘କ୍ଲୋନଡ ଗାଈ’ର ସୃଷ୍ଟି କରିଛନ୍ତି । ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଜନ୍ମନେଇଛି ଭାରତର ପ୍ରଥମ କ୍ଲୋନଡ୍ ଗାଈ । ବାଛୁରୀ ଗଙ୍ଗା ଜନ୍ମ ନେଇ ନଥିଲେ ହେଁ ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ।

ସୂଚନା ମୁତାବକ, ହରିୟାଣାର କର୍ଣ୍ଣଲ ସ୍ଥିତ ଜାତୀୟ ଦୁଗ୍ଧ ଗବେଷଣା ପ୍ରତିଷ୍ଠାନ (ଏନଡିଆରଆଇ)ର ବୈଜ୍ଞାନିକମାନେ ଏଭଳି ଏକ ବଡ଼ ସଫଳତା ହାସଲ କରିଛନ୍ତି । ତେବେ ଏହି ଗାଈ ଦିନକୁ ୧୫ ଲିଟର କ୍ଷୀର ଦେଇ ପାରିବ । ଜନ୍ମ ସମୟରେ ଗଙ୍ଗାର ଓଜନ ୩ କେଜି ରହିଥିବା ବେଳେ ସେ ଶାରୀରିକ, ଜେନେଟିକ ଓ ଅନ୍ୟ ଟେଷ୍ଟିଂ କ୍ଷେତ୍ରରେ ସେ ସଫଳତା ହାସଲ କରିଥିଲା । ତେବେ ଏହି ସଫଳତା ହାସଲ କରିବା ପାଇଁ ବୈଜ୍ଞାନିକଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ।

ଗତ ୨୦୨୧ ମସିହାଠାରୁ ଏନଡିଆରଆଇର ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ ଜାରି ରଖିଥିଲେ । ଏହି ସଫଳତା ହାସଲ କରିବା ପାଇଁ ପାଖାପାଖି ୨ ବର୍ଷ ସମୟ ଲାଗିଥିଲା । ଏହି କ୍ଲୋନିଂ ଗାଈ ଦ୍ୱାରା ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୁହାଯାଇଛି । ୨୦୧୯ରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଓ ଏନଡିଆରଆଇର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ କ୍ଲୋନିଂ ମଇଁଷି ବାଛୁରୀକୁ ସୃଷ୍ଟି କରିଥିଲେ । ମାତ୍ର ଜନ୍ମର ୫ ଦିନ ପରେ ତା’ର ଲଙ୍ଗ ସଂକ୍ରମଣ ହେତୁ ମୃତ୍ୟୁ ଘଟିଥିଲା । ଏହା ମଧ୍ୟରେ ଦେଶରେ ୨୬ଟି ପ୍ରାଣୀକୁ କ୍ଲୋନିଂ କରାଯାଇଛି । ଏହି ଟେକ୍ନୋଲୋଜିର ଉପଯୋଗ କରି ଆଗକୁ ଅଧିକ ସଂଖ୍ୟକ ଗାଈର କ୍ଲୋନିଂ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.