Breaking: ବହୁତ ସହଜ ଥିଲା ପ୍ରଶ୍ନ, ହସ ହସ ମୁହଁରେ ପରୀକ୍ଷା ହଲରୁ ବାହାରିଲେ ଛାତ୍ରଛାତ୍ରୀ

ଓଡ଼ିଶା ଭାସ୍କର: ପରୀକ୍ଷା କେନ୍ଦ୍ରରୁ ବାହାରିଛନ୍ତି ପିଲା । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଆଜି ସାହିତ୍ୟ ପରୀକ୍ଷା ଦେଇଛନ୍ତି ।

ହଲରୁ ବାହାରିବା ପରେ ପିଲାମାନେ ଖୁସି ଥିବା ଦେଖିବାକୁ ମିଳିଛି । ପିଲାଙ୍କ ପ୍ରତିକ୍ରିୟା ଅନୁସାରେ ସାହିତ୍ୟ ପ୍ରଶ୍ନପତ୍ର ଭଲ ସହଜ ପଡ଼ିଥିଲା ।

ବହିରୁ ଅଧିକାଂଶ ପ୍ରଶ୍ନ ପଡ଼ିଥିବାରୁ ଲେଖିବା ସହଜ ହୋଇଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଗତବର୍ଷ ରଚନାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା, ଏଥର ପରୀକ୍ଷାରେ ସେ ଅସୁବିଧା ଦେଖିବାକୁ ମିଳି ନ ଥିବା ପିଲା କହିଛନ୍ତି ।

କିନ୍ତୁ ସମୟକୁ ନେଇ କିଛି ଅଭିଭାବକ ଅସୁଖୀ ଥିବା ଜଣାପଡ଼ିଛି । ପରୀକ୍ଷାରେ ଲେଖିବା ପାଇଁ ଆଉ ଅଧିକ ସମୟ ଦେଲେ ହୁଏତ ଛାତ୍ରଛାତ୍ରୀ ୧୦୦ରୁ ୧୦୦ ପ୍ରଶ୍ନର ଉତ୍ତର ଲେଖିପାରିବେ ବୋଲି କିଛି ଲୋକ ମତ ରଖିଛନ୍ତି ।