fbpx

ଓଡ଼ିଶାରେ ସ୍ଥାପନ ହେବ ପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା: JSW ସହ ଆଜି ବୁଝାମଣା ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଆସିଛି ଏକ ଖୁସି ଖବର । ରାଜ୍ୟରେ ସ୍ଥାପନ ହେବ ପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା । ଏଥିପାଇଁ ୪୦ ହଜାର କୋଟି ଟଙ୍କା ନିବେଶ କରାଯିବ ଓ ଏହି କାରଖାନାରେ ୧୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ଏଥିସହିତ ଏହି ଶିଳ୍ପ ଆନୁଷଙ୍ଗିକ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଏହା ରାଜ୍ୟର ପ୍ରଥମ ବିଦ୍ୟୁତ ଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ହେବ । ଏନେଇ ଆଜି ଓଡ଼ିଶା ସରକାର ଓ ଜେଏସଡବ୍ଲ୍ୟୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହେବ । ଗତ ୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା କାମଚଳା ବଜେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ତେବେ ଏହି କାରଖାନା ସ୍ଥାପିତ ହେଲେ ରାଜ୍ୟର ହଜାର ହଜାର ବେକାର ଯୁବକ, ଯୁବତୀ ଚାକିରି ପାଇ ପାରିବେ । ଏହି କାରଖାନା ରାଜ୍ୟବାସୀଙ୍କ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧.୧୮ ହଜାର କୋଟିର କାମଚଳା ବଜେଟ ଆଗତ କରିଥିଲେ । ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି । ରାଜ୍ୟର ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ରହିଥିବା ବ୍ୟବଧାନ ୩୨ରୁ ୧୩ ପ୍ରତିଶତକୁ ଖସି ଆସିଥିବା ଅର୍ଥମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.