fbpx

ସାମ୍ନାକୁ ଆସିଲା ଚନ୍ଦ୍ରମାର ପ୍ରଥମ ଫଟୋ, କାଳ୍ପନିକ ଓ ପ୍ରକୃତ ସ୍ୱରୂପକୁ ନେଇ ଏବେ ସମସ୍ତ ମନରେ ପ୍ରଶ୍ନ କାହିଁକି ଚନ୍ଦ୍ରରେ ଏତେ ଦାଗ

ନୂଆଦିଲ୍ଲୀ: ଆମେ କୌଣସି ସୁନ୍ଦରୀ ନାରୀର ରୂପକୁ ବର୍ଣ୍ଣନା କରିବାକୁ ଯାଇ ତାକୁ ଚନ୍ଦ୍ରମା ସହିତ ତୁଳନା କରିଥାଉ । କିନ୍ତୁ ଚନ୍ଦ୍ରଯାନ ୩ ଦ୍ୱାରା ପଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋକୁ ଦେଖିଲେ କାହିଁକି ଲାଗୁ ନାହିଁ ତ ଚନ୍ଦ୍ରମା ଏତେ ସୁନ୍ଦର ବୋଲି । ଏବେ ତ ଏହା ହିଁ ମନେ ହେଉଛି ଦୂର ପାହାଡ ସୁନ୍ଦର ପରି ଚନ୍ଦ୍ର କେବଳ ଆମକୁ ଦୂରରୁ ସୁନ୍ଦର ଦେଖାଯାଏ । କିନ୍ତୁ ପ୍ରକୃତରେ ଚନ୍ଦ୍ରମା ଦେହରେ ଏକାଧିକ ଛୋଟ ବଡ ଗର୍ତ୍ତ ରହିଥିବାର ନଜର ଆସୁଛି । ଏମିତିରେ ତ ଚନ୍ଦ୍ରର ତ ନିଜର ଆଲୋକ ନାହିଁ । ସେ ସୂର୍ଯ୍ୟ ଠାରୁ ଆଲୋକ ଉଦ୍ଧାର ନେଇ ଆଲୋକରେ ଚମକି ଥାଏ । ତେବେ ଚନ୍ଦ୍ରର ଫଟୋକୁ ଦେଖିବା ପରେ ମନରେ ପ୍ରଶ୍ନ ଉଠୁଛି ଚନ୍ଦ୍ରରେ ଏତେ ଗର୍ତ୍ତ କାହିଁକି ଓ ଏହା କିପରି ସୃଷ୍ଟି ହୋଇଛି ।

ପୃଥିବୀ ଓ ଚନ୍ଦ୍ରମାର କାହାଣୀ ଏକ ସଙ୍ଗେ ଆରମ୍ଭ ହୋଇଛି । ଏହା ପ୍ରାୟ ୪୫୦ କୋଟି ବର୍ଷ ପୁରୁଣା । ସେବେଠାରୁ ଏ ପର୍ଯ୍ୟନ୍ତ ଲଗାତର ପୃଥିବୀ ଓ ଚନ୍ଦ୍ର ଉପରେ ଅନ୍ତରୀକ୍ଷରୁ ଆସୁଥିବା ପଥର, ଉଲକାପିଣ୍ଡ ଖସିବାରେ ଲଶଗିଛଇ । ଏହା ପଡିବା ଦ୍ୱାରା ଗର୍ତ୍ତ ବା କ୍ରେଟର ସୃଷ୍ଟି ହେଉଛି । ପୃଥିବୀରେ ଏହିପରି ୧୮୦ ଗର୍ତ୍ତର ସନ୍ଧାନ କରାଯାଇସରିଲାଣି ।
ଚନ୍ଦ୍ରମାରେ ୧୪ ଲକ୍ଷ ଗର୍ତ୍ତ ରହିଛି । ୯୧୩୭ରୁ ଅଧିକ ଗର୍ତ୍ତର ଚିହ୍ନଟ କରାଯାଇସରିଲାଣି । ୧୬୭୫ ଗର୍ତ୍ତର ବୟସ ବି ଆକଳନ କରାଯାଇଛି । ଚନ୍ଦ୍ରରେ ଏପରି ବହୁ ଗର୍ତ୍ତ ରହିଛି ଯାହା ଅନ୍ଧକାର ଅଂଶରେ ରହିଛି ଯାହାକୁ ଦେଖିବା ବି ଅସମ୍ଭବ । ଜ୍ୱାଳାମୁଖୀ ବିସ୍ଫୋରଣ କାରଣରୁ ମଧ୍ୟ ଚନ୍ଦ୍ରରେ ବହୁ ଗର୍ତ୍ତ ସୃଷ୍ଟି ହୋଇଛି ।

ତେବେ ନାସା ୨୦୧୩ , ୧୭ ମାର୍ଚ୍ଚରେ ଚନ୍ଦ୍ରମାରେ ସବୁଠାରୁ ବଡ ଗର୍ତ୍ତ ଦେଖିଥିଲା । ଏହି ସମୟରେ ଏକ ୪୦ କିଲୋଗ୍ରାମ ଓଜନର ପଥର ଚନ୍ଦ୍ର ପୃଷ୍ଠରେ ଘଣ୍ଟା ପ୍ରତି ୯୦ ହଜାର କିଲୋମିଟର ବେଗରେ ପିଟି ହୋଇଥିଲା । ଏହି ଟକ୍କର ଦ୍ୱାରା ଯେଉଁ ଗର୍ତ୍ତ ସୃଷ୍ଟି ହୋଇଥିଲା ତାହା ବହୁତ ବଡ ଥିଲା । ଏହାକୁ ଆପଣ ଭୂପୃଷ୍ଠରୁ ଟେଲିସ୍କୋପ ସାହାଯ୍ୟରେ ମଧ୍ୟ ଦେଖିପାରିବେ ।
ଚନ୍ଦ୍ରମାରେ ପାଣି ନାହିଁ କି ବାୟୁମଣ୍ଡଳ । ଧରିତ୍ରୀ ପରି ଏଠାରେ ଟେକ୍ଟୋନିକ୍ ପ୍ଲେଟ୍ ବି ନାହିଁ । ଏହି କାରଣରୁ ଏଠାରେ ଗର୍ତ୍ତ ସେହିପରି ଖାଲି ପଡି ରହେ । ଅନ୍ୟପକ୍ଷରେ ପୃଥିବୀ ପୃଷ୍ଠରେ ଏପରି ଗର୍ତ୍ତରେ ମାଟି ଜମି ଯାଇଥାଏ । ପାଣି ଭରି ଯାଇଥାଏ । ତେଣୁ ଏଥିରେ ଗଛ ଲତା ଉଠି ଯାଇଥାଏ । ଏହି କାରଣରୁ ବଡ ବଡ ଗର୍ତ୍ତ ଭରିଯାଇଥାଏ । ଚନ୍ଦ୍ରମାରେ ସୃଷ୍ଟି ହୋଇଥିବା ଅଧିକାଂଶ ଗର୍ତ୍ତର ବୟସ ୨୦୦କୋଟି ବର୍ଷ । ଅର୍ଥାତ୍ ଚନ୍ଦ୍ରମା ଯେତେବେଳେ ସୃଷ୍ଟି ହୋଇଥିଲା ସେତେବେଳେ ସେଥିରେ ଏତେ ଗର୍ତ୍ତ ନ ଥିଲା । ଚନ୍ଦ୍ରମାରେ ସବୁଠାରୁ ବଡ ଗର୍ତ୍ତ ଦକ୍ଷିଣ ଧ୍ରୁବ ନିକଟରେ ରହିଛି । ଏହାକୁ ପାର କରିବା ପାଇଁ ଆପଣଙ୍କୁ ଏହା ମଧ୍ୟରେ ପ୍ରାୟ ୨୯୦ କିଲୋମିଟର ଚାଲିବାକୁ ପଡିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚନ୍ଦ୍ରାୟନ ୩ ଏବେ ଚନ୍ଦ୍ରର ଚାରିପଟେ 170 km x 4313 km ଅଣ୍ଡାକାର ଅର୍ବିଟରେ ଘୁରୁଛି । ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରଯାନ ୩ କୁ ନେଇ ଯେଉଁ ତାରିଖ ଦେଇଥିଲେ ଏବେ ଏହା ଧାର୍ଯ୍ୟ ତାରିଖରୁ ଆଗରେ ଗତି କରୁଛି ।

 

Get real time updates directly on you device, subscribe now.