ଦେଶପ୍ରେମୀ କୁକୁର… ନିଜ ପାଟିରେ ତୁଳି ସାହାଯ୍ୟରେ ତିଆରି କରିଛି ତ୍ରିରଙ୍ଗା ପତାକା

ନୂଆଦିଲ୍ଲୀ: ଆପଣମାନେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନଙ୍କର ଦେଶ ପ୍ରତି ଅଜସ୍ର ଭଲପାଇବା ଥାଏ।  ସେଥିପାଇଁ ସେମାନେ ଦେଶ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ।  ହେଲେ କେବେ ଦେଶଭକ୍ତ କୁକୁରକୁ ଦେଖିଛନ୍ତି କି?

ବୋଧହୁଏ ନା… କାହିଁକି ନା କୁକୁର କେବେ ନିଜର ଭକ୍ତିକୁ ଲୋକଙ୍କ ପରି ପ୍ରକାଶ କରିପାରେନାହିଁ।  ହେଲେ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏ କୁକୁର ନିଜ ପାଟିରେ ତ୍ରିରଙ୍ଗା ପତାକାର ଡ୍ରଇଁ କରିଛି। ଯାହା ଲୋକଙ୍କ ହୃଦୟକୁ ଛୁଇଁଛି।

ସୋସିଆଲ ମିଡିଆରେ ଏପରି ଏକ କୁକୁରର ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକମାନେ ଦେଶପ୍ରେମୀ କୁକୁର କହିବା ଆରମ୍ଭ କରିଛନ୍ତି। ଲୋକମାନେ ଖୁସି ମଧ୍ୟ ହୋଇଯାଇଛନ୍ତି।

ପ୍ରକୃତରେ ଏହି କୁକୁରଟି ଏତେ ଚତୁର ଯେ ସେ ନିଜ ମୁହଁରେ ରଙ୍ଗ କରି ତ୍ରିରଙ୍ଗା ପତାକା ତିଆରି କରିଛି। ପ୍ରଥମେ ଏକ ଧଳା ରଙ୍ଗର କାଗଜ ଉପରେ ନିଜ ମୁହଁ ସାହାଯ୍ୟରେ ଏକ ସବୁଜ ରଙ୍ଗର ତୁଳିରେ ତ୍ରିରଙ୍ଗା ପତାକା ତିଆରି କରିବା ଆରମ୍ଭ କରିଛି।

ଏହାପରେ ଆଉ ଏକ କେସର ରଙ୍ଗର ବ୍ରଶ୍ ନେଇ ଧଳା କାଗଜରେ ତ୍ରିରଙ୍ଗା ପତାକାର ତିନି ରଙ୍ଗ ଦେଇ ପତାକାକୁ ସମ୍ପୂର୍ଣ୍ଣ କରିଛି।  ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ କୁହାଯାଉଛି ଯେ ଏହା ପ୍ରଥମ ଭାରତୀୟ କୁକୁର ଯିଏ ରଙ୍ଗ କରି ଆମର ତ୍ରିରଙ୍ଗା ପତାକା ତିଆରି କରିଛି।

ଏହି ହୃଦୟସ୍ପର୍ଶୀ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ im.labrador.dali ନାମକ ଆଇଡିରେ ସେୟାର ହୋଇଛି। ଯାହାକୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।