fbpx

କୋଲକତାରୁ ଚିହ୍ନଟ ହେଲା ପ୍ରଥମ Monkey Pox ମାମଲା! କିଛିଦିନ ପୂର୍ବରୁ ଛାତ୍ର ଜଣଙ୍କ ୟୁରୋପରୁ ଫେରିଥିଲେ

ନୂଆଦିଲ୍ଲୀ: କୋଲକତାରୁ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ କେସ । ତେବେ ଜଣେ ଛାତ୍ର ମଙ୍କିପକ୍ସରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଉକ୍ତ ଛାତ୍ର ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେ ଗତ କିଛିଦିନ ପୂର୍ବରୁ ୟୁରୋପରୁ ଭାରତ ଆସିଥିଲେ । ତାଙ୍କ ଦେହରେ ମଙ୍କିପକ୍ସର ଅନେକ ଲକ୍ଷଣ ଦେଖାଦେଇଥିବା ଜଣାପଡ଼ିଛି ।

ତେବେ ଉକ୍ତ ଛାତ୍ରଙ୍କ ନମୂନା ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭିରୋଲୋଜି (ଏନଆଇଭି)କୁ ପଠାଯାଇଛି । ବର୍ତ୍ତମାନ ରିପୋର୍ଟ ଆସିନଥିବା ବେଳେ ସେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏବେ ସଂକ୍ରମିତ ଛାତ୍ର ଆଇସୋଲେସନରେ ଅଛନ୍ତି । ଏନେଇ ଉକ୍ତ ଛାତ୍ରଙ୍କ ପରିବାରବର୍ଗଙ୍କୁ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି ।

ଏକ ସୂତ୍ର ମୁତାବକ, ଜଣେ ବ୍ୟକ୍ତିଙ୍କ ନମୂନା ଟେଷ୍ଟିଂ ପାଇଁ ପଠାଯାଇଛି । ତେଣୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ରିସ୍କ ନଥିବା କୁହାଯାଉଛି । ତେବେ ପ୍ରଥମ ଥର ପାଇଁ ରାଜ୍ୟର ଜଣେ ସମ୍ଭାବ୍ୟ ମଙ୍କିପକ୍ସ ରୋଗୀର ନମୂନା ଟେଷ୍ଟିଂ ପାଇଁ ପଠାଯାଇଛି ।

Get real time updates directly on you device, subscribe now.