ତୀର୍ଥରେ ଯିବେ ବରିଷ୍ଠ ନାଗରିକ, ସେପ୍ଟେମ୍ବର 10ରେ ଭୁବନେଶ୍ବରରୁ ବାହାରିବ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ
ଏଥର ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଭୁବନେଶ୍ବର: ଏଥର ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ବରିଷ୍ଠ ନାଗରିକ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି । 60-75 ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଯୋଜନାରେ ସାମିଲ ।
ଜୁଲାଇ 17ରୁ 15 ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ।
ସେପ୍ଟେମ୍ବର 10ରୁ ଭୁବନେଶ୍ବରରୁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ ବାହାରିବ । ପ୍ରଥମ ଫେଜରେ ଖୋର୍ଦ୍ଧା, କଟକ, ଜଗତସିହପୁର, ଢେଙ୍କାନାଳରୁ ଯିବେ । କେନ୍ଦ୍ରାପଡ଼ା ଓ ପୁରୀର ବରିଷ୍ଠ ନାଗରିକ ବି ଯିବେ । ମୋଟ 6 ଦିନ ଓ 5 ରାତି ରହଣି କରିବେ ତୀର୍ଥଯାତ୍ରୀ । 70-75 ବର୍ଷ ବୟସର ନାଗରିକଙ୍କ ସହ ଜଣେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିପାରିବେ ।