fbpx

ପ୍ରଥମ ଥର ପାଇଁ ଜଣେ ମହିଳା HIVରୁ ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ: ବୈଜ୍ଞାନିକମାନେ ବାହାର କଲେ ନୂଆ ଟେକନିକ୍

ନୂଆଦିଲ୍ଲୀ: ଏଚଆଇଭିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ନିକଟରେ ଆମେରିକାର ଡାକ୍ତରମାନେ ଜଣେ ଏଚଆଇଭି ପୀଡ଼ିତା ମହିଳାଙ୍କୁ ଆରୋଗ୍ୟ କରାଇବାରେ ସକ୍ଷମ ହୋଇଛନ୍ତି । ଷ୍ଟେମସେଲ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଉକ୍ତ ମହିଳାଙ୍କ ଚିକିତ୍ସା କରାଯାଇଥିଲା । ଜଣେ ବ୍ୟକ୍ତି ତାଙ୍କର ଷ୍ଟେମସେଲ ଦାନ କରିଥିଲେ । ଉକ୍ତ ସେଲ ମଧ୍ୟରେ ଭାଇରସ ବିପକ୍ଷରେ ଲଢ଼ିବା ନେଇ ପ୍ରାକୃତିକ ରୋଗପ୍ରତିରୋଧକ କ୍ଷମତା ରହିଥିବା ନେଇ ରିସର୍ଚ୍ଚରମାନେ ସୂଚନା ଦେଇଛନ୍ତି ।

ଡାକ୍ତରମାନେ ମହିଳାଙ୍କ ଲ୍ୟୁକେମିଆର ଚିକିତ୍ସା କରିବା ପାଇଁ ପ୍ରଥମ ଥର ପାଇଁ ଗର୍ଭନାଲର ରକ୍ତକୁ ବ୍ୟବହାର କରିଥିଲେ । ଗତ ୧୪ ମାସ ଧରି ମହିଳା ଜଣଙ୍କ ସୁସ୍ଥ ରହିବା ସହ ତାଙ୍କର ଆଉ ଏଚଆଇଭି ମେଡିସିନର ଆବଶ୍ୟକ ପଡ଼ୁନାହିଁ । ଏହା ପୂର୍ବରୁ ଦୁଇଟି ମାମଲାରେ ଏଚଆଇଭି ରୋଗୀ ସୁସ୍ଥ ଲାଭ କରିଥିଲେ । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଷ୍ଟେମସେଲର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ତେବେ ଅନ୍ତର୍ଜାତୀୟ ଏଡସ୍ ସୋସାଇଟିର ଅଧ୍ୟକ୍ଷ ଏହି ସଫଳତାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଥମ ଥର ପାଇଁ ଜଣେ ମହିଳା ଆରୋଗ୍ୟ ଲାଭ କରିଥିବା କହିଛନ୍ତି ।

ସାଧାରଣତଃ ଯେଉଁ ରୋଗୀମାନେ ଟ୍ରାଏଲରେ ଅଂଶଗ୍ରହଣ କରନ୍ତି, ସେମାନଙ୍କର କାମୋଥେରାପି କରାଯାଇଥାଏ । ଏହାଫଳରେ କ୍ୟାନସରର କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ । ତା’ପରେ ଡାକ୍ତର ସ୍ୱତନ୍ତ୍ର ଜେନେଟିକ ମ୍ୟୁଟେସନଧାରୀ ବ୍ୟକ୍ତିଙ୍କଠାରୁ ଷ୍ଟେମସେଲ ନେଇ ରୋଗୀର ଶରୀରରେ ଟ୍ରାନ୍ସପ୍ଲାର୍ଟ କରିଥାନ୍ତି । ଏହି ଟ୍ରାନ୍ସପ୍ଲାଣ୍ଟ ପରେ ରୋଗୀଠାରେ ଏଚଆଇଭି ପ୍ରତିରୋଧକ କ୍ଷମତା ବିକଶିତ ହୋଇଥାଏ ବୋଲି ରସର୍ଚ୍ଚରମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏଚଆଇଭିର ଚିକିତ୍ସା ସମ୍ଭବ ଓ ଜିନ ଥେରାପି ଭବିଷ୍ୟତରେ ଏଚଆଇଭିର ଚିକିତ୍ସା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.