fbpx

ମହାରାଷ୍ଟ୍ରରେ ପ୍ରଥମ ଥର ଚିହ୍ନଟ ହେଲା ଓମିକ୍ରନ ସବ୍ ଭାରିଆଣ୍ଟ ବିଏ.୪ ବିଏ.୫

Advertisement

ମୁମ୍ବାଇ: ମହାରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟର ସବ୍ ଭାରିଆଣ୍ଟର ପ୍ରଥମ ମାମଲା ରେକର୍ଡ ହୋଇଛି । ପୁଣେରେ ଏହି ସବ୍ ଭାରିଆଣ୍ଟର ସମୁଦାୟ ୭ ମାମଲା ସାମ୍ନାକୁ ଆସିଛି । ଏଥିରେ ବିଏ.୪ ର ୪ ଏବଂ ବିଏ.୫ ର ୩ ମାମଲା ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜିନୋମ ସିକ୍ୱେନ୍ସିଂ ପରେ ଏହି ସୂଚନା ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡା.ପ୍ରଦୀପ ବ୍ୟାସ ସବୁ ଜିଲ୍ଲା ପ୍ରଶାସନକୁ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନକୁ ଲକ୍ଷଣଥିବା ମାମଲାରେ ସତର୍କ ରହିବାକୁ କହିଛନ୍ତି । ଏହା ପୂର୍ବରୁ ହାଇଦ୍ରାବାଦରେ ଚଳିତ ମାସରେ ବିଏ.୪ ସବ ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।

ସପେନଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଓମିକ୍ରନର ସବ୍ ଭାରିଆଣ୍ଟ ସଂକ୍ରାମକ, କିନ୍ତୁ ଏହା ଘାତକ ନୁହେଁ । ବର୍ତ୍ତମାନ ଆମେ ଏଣ୍ଡେମିକ୍ ଆଡ଼କୁ ଅଗ୍ରସର ହେଉଛନ୍ତି ଏବଂ ଆଗକୁ ଯେତିକି ମାମଲା ଆସିବ ତାହା ଘାତକ ହେବ ନାହିଁ ତେଣୁ ଏହି ଭାରିଆଣ୍ଟଙ୍କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସଂପୂର୍ଣ୍ଣ କୋଭିଡ କଟକଣା ପାଳନ କଲେ ଏହାଠାରୁ ବର୍ତ୍ତିହେବ ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ କିଛି ଦିନରେ କରୋନା ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.