fbpx

ଭାରତୀୟ ସେନାର ମେଡିକାଲ ବିଭାଗରେ ପ୍ରଥମ ମହିଳା ଡିଜି ନିଯୁକ୍ତ: ଆଜିଠାରୁ ଦାୟିତ୍ୱ ଭାର ଗ୍ରହଣ, ଜାଣନ୍ତୁ ସେ କିଏ

ଓଡିଶା ଭାସ୍କର: ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର । ଏହି ପଦବୀରେ ସେ ପ୍ରଥମ ମହିଳା ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଖବର ଅନୁସାରେ, ୧୯୮୫ ଡିସେମ୍ବର ୨୬ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ସାଧନା । ପୁଣେର ଆର୍ମ୍ଡ ଫୋର୍ସ ମେଡିକାଲ କଲେଜରୁ ସେ ତାଙ୍କର ସ୍ନାତକତ୍ତର ଶେଷ କରିଥିଲେ । ଏହାପରେ ଫେମିଲି ମେଡିସିନରେ ସେ ପିଜି କରିବା ପରେ ୨ ବର୍ଷ ଦିଲ୍ଲୀ ଏମ୍ସରେ ଟ୍ରେନିଂ ନେଇଥିଲେ । ୧୯୮୬ ମସିହା ଡିସେମ୍ବର ୩ରେ ବାୟୁସେନାର ଫ୍ଲାଇଟ୍ ଲେଫ୍ଟନେଣ୍ଟ ଭାବରେ ସେନାରେ ସେମିଲ ହୋଇଥିଲେ ।

ଏଥିସହିତ ୧୯୯୧ ସ୍କ୍ବାଡ୍ରନ ଲିଡର, ୨୦୦୦ରେ ଓ୍ବିଙ୍ଗ କମାଣ୍ଡର, ୨୦୦୯ରେ ଗ୍ରୁପ କ୍ୟାପଟେନ୍, ୨୦୨୦ ଡିସେମ୍ବର ୨୪ରେ ସେ ଏୟାର ଭାଇସ୍ ମାର୍ସଲ ଭାବେ ସେନାରେ କାର୍ୟ୍ୟ କରିଛନ୍ତି ଏବଂ ୨୩ ଅକ୍ଟୋବାର ୨୦୨୩ରୁ ସେ ସେନାର ଏୟାର ମାର୍ସଲ ଭାବରେ କାର୍ୟ୍ୟରତ ଥିଲେ । ତାଙ୍କୁ ମେଡିକାଲ ବିଭାଗର ପ୍ରଥମ ମହିଳା ଡିଜି ଭାବେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.