fbpx

ଫାଶୀଖୁଣ୍ଟରେ ଝୁଲିବେ ପ୍ରଥମ ମହିଳା କଏଦୀ: କରିଥିଲେ ୭ ଜଣଙ୍କୁ ହତ୍ୟା

ମଥୁରା, ୧୭ା୨: ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଏପରି ଏକ ଘଟଣା ଦେଖିବାକୁ ମିଳିବ । ଜଣେ ମହିଳା କଏଦୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ । ଉତ୍ତରପ୍ରଦେଶର ମଥୁରାର ଜଣେ ମହିଳା ଶବନମ ଝୁଲିବେ ଫାଶୀଖୁଣ୍ଟରେ । ଶବନବ ନିଜ ପ୍ରେମିକଙ୍କ ସହ ମିଶି ୭ ଜଣଙ୍କୁ ହତ୍ୟା କରିଥିଲେ ।

୨୦୦୮ ମସିହାରେ ଶବନମ ନିଜର ପ୍ରେମିକଙ୍କ ସହ ମିଶି ନିଜ ପରିବାରର ୭ ଜଣ ସଦସ୍ୟଙ୍କୁ କୁରାଢ଼ୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଶବନମଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଫାଶୀ ତାରିଖ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଶବନମଙ୍କ ଫାଶୀଦଣ୍ଡକୁ ସୁପ୍ରିକୋର୍ଟ ଖାରଜ କରିଦେବା ସହ ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.