fbpx

ମାଛ, ମହୁମାଛି, ଭାଲୁ, କୁକୁଡ଼ା ମଧ୍ୟ ମଣିଷ ପରି ଗଣିତ ବୁଝି ପାରନ୍ତି: ସେମାନେ କିପରି କାଲକୁଲେସନ କରନ୍ତି, ଜାଣନ୍ତୁ ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ ଜୀବଜନ୍ତୁକୁ ନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ମାଛକୁ ନେଇ ବୈଜ୍ଞାନିକମାନେ ଏକ ନୂଆ ରିପୋର୍ଟ ପ୍ରଦାନ କରିଛନ୍ତି । ଗବେଷକଙ୍କ ମତରେ, ମାଛମାନେ ଗଣିତ ବୁଝିପାରନ୍ତି । ଏଥିସହିତ କେଉଁ ଜିନିଷ ବଡ଼ ଓ କେଉଁ ଜିନିଷ ଛୋଟ, କାହାର ସଂଖ୍ୟା ଅଧିକ ଓ କାହାର ସଂଖ୍ୟା କମ୍ ତାହା ବୁଝିବାର କ୍ଷମତା ସେମାନଙ୍କ ପାଖରେ ଥାଏ । ସେମାନଙ୍କର କାଲକୁଲେସନର ତରିକା ମଣିଷ ପରି ହୋଇନଥିଲେ ହେଁ ସେମାନେ ବେସିକ ଗଣିତ ବୁଝିପାରନ୍ତି ବୋଲି ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

ଷ୍ଟଡି ମୁତାବକ, ମାଛମାନେ ମଣିଷ ପରି ବିଭିନ୍ନ ପ୍ରକାର ପ୍ରଶ୍ନ କରିପାରନ୍ତି ନାହିଁ । ମାତ୍ର ସେମାନେ କେଉଁ ସ୍ଥାନରେ ଲୁଚି ପାରିବେ, ତା’ର ଠଉରାଇ ପାରନ୍ତି । ଏହି ମାମଲାରେ ଜେବ୍ରାଫିସ ପ୍ରଜାତି ସବୁଠାରୁ ଆଗରେ ରହିଛନ୍ତି । ପାଣିରେ ପହଁରିବା ସମୟରେ ସେମାନଙ୍କର ସାଥୀଙ୍କ ସଂଖ୍ୟା କମ୍ ବା ବେଶି ରହିଛି ତାହା ମାଛମାନେ ବୁଝିପାରନ୍ତି ।

ତେବେ ମାଛଙ୍କ ବ୍ୟତୀତ ମହୁମାଛି, ଭାଲୁ, କୁକୁଡ଼ା ଓ ସିମ୍ପାଜି ମଧ୍ୟ ଗଣିତକୁ ବୁଝିପାରନ୍ତି । ଏହି ଗଣିତ ପଛରେ ସେମାନଙ୍କର ପୂର୍ବଜ ଓ ସେମାନଙ୍କର କ୍ରମ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏମାନେ ଯାହା ଶିଖିଥାନ୍ତି, ତାହା ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଏହି ବିଷୟ ଉପରେ ରିସର୍ଚ୍ଚ ପାଇଁ ଗବେଷକମାନେ ଜେବ୍ରାଫିସକୁ ସାମିଲ କରିଥାନ୍ତି । ବୈଜ୍ଞାନିକମାନେ ଏହି ମାଛର ବ୍ରେନକୁ ଭଲ ଭାବେ ବୁଝି ପାରିଛନ୍ତି । ଡିସ୍କେକୁଲିଆ ସମସ୍ୟାର ସମାଧାନର ସୂତ୍ର ଖୋଜିବା ପାଇଁ ଏହି ମାଛର ବ୍ୟବହାର କରାଯାଇପାରିବ ।

Get real time updates directly on you device, subscribe now.