fbpx

ମଶାଙ୍କ ଦାଉରୁ ମିଳିବ ମୁକ୍ତି, ଘରେ ଲଗାନ୍ତୁ ଏହି ୫ଟି ଗଛ

ବର୍ଷାଦିନ ଆସିବା ମାତ୍ରେ ମଶାମାନଙ୍କର ଉତ୍ପାତ ବଢିଯାଏ । ମଶାଙ୍କ ପ୍ରକୋପ ଏତେ ବୃଦ୍ଧି ପାଏ ଯେ, ରାତିରେ ଶାନ୍ତିରେ ଶୋଇବା କଷ୍ଟକର ହୋଇପଡେ । ମଶାଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ବିସ୍ତାର ହୁଏ । ତେଣୁ ମଶା ଘଉଡାଇବା ପାଇଁ ପରିଷ୍କାର ପରିଚ୍ଛନ୍ନତା ରହିବା ଏବଂ ଘରର ଚାରିପାଖକୁ ସଫା ରଖିବା ପାଇଁ ଅନେକ ପରାମର୍ଶ ଦିଅନ୍ତି । କିନ୍ତୁ ଏମିତି ୫ଟି ଗଛ ଅଛି ଯାହାକୁ ଆପଣଙ୍କ ଘର ବଗିଚାରେ ଲଗାଇବା ଦ୍ୱାରା ଏହା ମଶାମାନଙ୍କୁ ଘଉଡାଇବାରେ ସାହାଯ୍ୟ କରେ ।

ଗେଣ୍ଡୁ- ଗେଣ୍ଡୁ ଫୁଲ କେବଳ ବଗିଚାର ସୌନ୍ଦର୍ଯ୍ୟ ବଢାଏ ନାହିଁ ବରଂ ଏହା ମଶା ଓ ଅନ୍ୟ କୀଟପତଙ୍ଗକୁ ମଧ୍ୟ ଦୂରେଇ ରଖିଥାଏ । ପ୍ରାଇରେଥ୍ରମ୍ ପରି କୀଟନାଶକ ଗେଣ୍ଡୁ ଫୁଲରେ ମିଳିଥାଏ, ଯାହା କୀଟପତଙ୍ଗକୁ ବୃଦ୍ଧି ହେବାକୁ ଦେଇନଥାଏ । ଏହି ଫୁଲରୁ ଆସୁଥିବା ଗନ୍ଧ ମଶାମାନଙ୍କୁ ଘରଠାରୁ ଦୂରେଇ ରଖେ ।

ତୁଳସୀ- ତୁଳସୀ ହେଉଛି ଏକ ଔଷଧୀୟ ଗଛ, ଯାହା କେବଳ ଥଣ୍ଡା ଏବଂ କାଶ ପାଉଁ ଔଷଧ ଭବରେ ବ୍ୟବହାର କରାଯାଏ ନାହିଁ ବରଂ ମଶାମାନଙ୍କୁ ମଧ୍ୟ ତଡିଥାଏ । ତୁଳସୀ ଗଛର ସୁଗନ୍ଧ ମଶାଙ୍କ ଲାର୍ଭା ବୃଦ୍ଧିକୁ ରୋକିଥାଏ, ଯେଉଁ କାରଣରୁ ମଶାମାନେ ଅଣ୍ଡା ଦେବାରେ ସକ୍ଷମ ହୁଅନ୍ତି ନାହିଁ ଏବଂ ଏହା ଦ୍ୱାରା ସେମାନଙ୍କ ସଂଖ୍ୟା ହ୍ରାସ ପାଏ ।

ଲେମନଗ୍ରାସ୍- ଲେମନଗ୍ରାସ ସହଜରେ ବଢୁଥିବା ଏକ ଗଛ, ଯାହା ବଗିଚାର ସୌନ୍ଦର୍ଯ୍ୟ ବଢାଏ । ଏହା ସହିତ ମଶାମାନଙ୍କୁ ମଧ୍ୟ ଦୂରେଇ ରଖେ । ଲେମନଗ୍ରାସରେ ଥିବା ସାଇଟ୍ରାଲ ନାମକ ଏକ ଯୌଗିକ ପଦାର୍ଥ ମଶା ଓ କୀଟପତଙ୍ଗକୁ ଘଉଡାଇଥାଏ ।

ପୋଦିନା- ପୋଦିନା ଗଛ ମଶା ଏବଂ କୀଟପତଙ୍ଗମାନଙ୍କୁ ପାଖ ମାଡିବାକୁ ଦିଏ ନାହିାଁ ଏହି ଗଛର ସୁଗନ୍ଧ ମଶାମାନଙ୍କୁ ରୋକିବାରେ ସାହାଯ୍ୟ କରେ ।

ରସୁଣ ଓ ଅଦା- ଅଦା ଓ ରସୁଣ ଗଛ ଲଗାଇଲେ ଦୁଇ ପ୍ରକାର ଫାଇଦା ମିଳେ । ପ୍ରଥମତଃ ଆମେ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରୁ ଏବଂ ଦ୍ୱିତୀୟରେ ଏହା ମଶା ଏବଂ କୀଟପତଙ୍ଗକୁ ଦୂରେଇ ରଖିଥାଏ । ଏହି ଗଛର ପତ୍ରରୁ ଆସୁଥିବା ଗନ୍ଧ ମଶାମାନଙ୍କ ସଂଖ୍ୟା କମାଇଥାଏ ।

Get real time updates directly on you device, subscribe now.