fbpx

ହେଲଦୀ ଫୁଡରେ ବି ଲୁଚିଛି ବିପଦ! ୫ଟି ହେଲଦୀ ଫୁଡ୍ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ହାର୍ଟ ଫେଲୁଅର, ହାର୍ଟ ଆଟାକ୍ ଆଶଙ୍କା ବଢ଼ିପାରେ

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ଖାଦ୍ୟ ସେବନ କରିଥାଉ । ତେବେ ଏପରି କିଛି ଫୁଡ୍ ରହିଛି ଯାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ତାହାକୁ ଅଧିକ ମାତ୍ରାରେ ସେବନ କରିବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏପରି ୫ଟି ହେଲଦୀ ଫୁଡ୍ ଆମର ଶରୀକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି । ତେଣୁ ଆପଣମାନେ ଯଦି ଏହି ଫୁଡ ସବୁକୁ ଅଧିକ ମାତ୍ରାରେ ସେବନ କରୁଥାନ୍ତି ତେବେ ବେଳହୁଁ ସାବଧାନ ହୋଇଯାଆନ୍ତୁ । ହାର୍ଟ ରୋଗୀଙ୍କୁ ହେଲଦୀ ଡାଏଟ ନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ମାତ୍ର ଏପରି କିଛି ହେଲଦୀ ଜିନିଷ ଆମର ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣ ଦୀର୍ଘ ସମୟ ଧରି ଏହାକୁ ସେବନ କରୁଛନ୍ତି, ତେବେ ବ୍ଲକେଜ, ହାର୍ଟ ଫେଲୁଅର, ହାର୍ଟ ଆଟାକ ଆଶଙ୍କା ବଢ଼ିଥାଏ ।

୧-ଘିଅରେ ଗୁଡ୍ ଫ୍ୟାଟସ ରହିଥିବା ବେଳେ ତାହାକୁ ଆମେ ଯଦି ନିୟମିତ ମାତ୍ରାରେ ସେବନ କରିବା ତେବେ ତାହା ଆମ ଶରୀରକୁ ଫାଇଦା ଦେଇଥାଏ । ମାତ୍ର ଆବଶ୍ୟକତା ଠାରୁ ଅଧିକ ସେବନ କଲେ ତାହା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଭାବେ ବଢ଼ିପାରେ । କାରଣ ଘିଅରେ ଥିବା କୋଲେଷ୍ଟ୍ରଟ ଓ ଟ୍ରାଇଗ୍ଲୀସେରାଇଡ ହାର୍ଟ ଆଟାର୍କର କାରଣ ସାଜିପାରେ ।

୨- ଫ୍ଲେକ୍ସ ସିଡସା ଅଲସୀ ମଞ୍ଜିରେ ଫାଇବର ଥିବାରୁ ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ମାତ୍ର ଏହା ହାର୍ଟ ରୋଗୀଙ୍କ ପାଇଁ କ୍ଷତି ସାଜିପାରେ । କାରଣ ସେଥିରେ ଥିବା ତେଲ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇପାରେ ।

୩- ମାଛ ଓ ଚିକେନ ସେବନ କଲେ ତାହା ଶରୀରର ପ୍ରୋଟିନ ଅଭାବକୁ ଦୂର କରିଥାଏ । ମାତ୍ର ସେଥିରେ କୋଲେଷ୍ଟ୍ରଲ ରହିଥିବାରୁ ତାହା ଆମର ହାର୍ଟ ସ୍ୱାସ୍ଥ୍ୟକୁ ବିଗାଡ଼ିପାରେ ।

୪- ଆଲମଣ୍ଡ ଅଧିକ ମାତ୍ରାରେ ସେବନ କରିବା ଫଳରେ ତାହା ହାର୍ଟ ସ୍ୱାସ୍ଥ୍ୟ ପାଇଁ କ୍ଷତି ସାଜିପାରେ । କାରଣ ସେଥିରେ ୫୮ ପ୍ରତିଶତ ଫ୍ୟାଟ ରହିଥିବାରୁ ତାହା ଧୀରେଧୀରେ ହାର୍ଟକୁ କ୍ଷତି କରିବାର ସମ୍ଭାବନା ରହିଛି । ତେଣୁ ଦୈନିକ କେବଳ ୪-୫ଟି ଆଲମଣ୍ଡ ସେବନ କରନ୍ତୁ ।

୫- ଅଖରୋଟ ଆମର ଶରୀର ପାଇଁ ବହୁତ ଉପକାରୀ ହୋଇଥିଲେ ହେଁ ସେଥିରେ ୬୪ ପ୍ରତିଶତ ତେଲ ରହିଥିବାରୁ ତାହା ହୃଦରୋଗୀଙ୍କ ପାଇଁ କ୍ଷତିକାରକ ସାଜିଥାଏ ।

Get real time updates directly on you device, subscribe now.