fbpx

ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଆତ୍ମହତ୍ୟା

ପାଟନା, ୧୩ା୩ : ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ୫ ଜଣ ସଦସ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାଘୋପୁର ଥାନା ଅନ୍ତର୍ଗତ ଗଦ୍ଦି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ପରିବାରର ସମସ୍ତ ସଦସ୍ୟ ଆର୍ଥିକ ଅନଟନ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ପରିବାରର ବାପା, ମାଆ, ଦୁଇ ଝିଅ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଶବ ଜବତ କରି ବ୍ୟବେଚ୍ଛଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.