fbpx

ଗୁଣି ସନ୍ଦେହ, ଗୋଟିଏ ପରିବାରର 5ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଗୁଣି ଗାରେଡିର କରୁଣ ପରିଣତି । ସନ୍ଦେହ କରି ଗୋଟିଏ ପରିବାରର 5ଜଣଙ୍କୁ ହାଣିଦେଲେ ଗାଁ ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଟା ଥାନା କ୍ଷେତ୍ରର ଇତକଲ ଗାଁରେ । ତେବେ ସମସ୍ତଙ୍କୁ ଗୁଣି ଗାରେଡି ସନ୍ଦେହ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀ ସେମାନଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ 3ଜଣ ମହିଳା ରହିଥିବା ବେଳେ 2ଜଣ ପୁରୁଷ ରହିଛନ୍ତି । ତେବେ ଅଭିଯୋଗକାରୀଙ୍କୁ କାଣ୍ଟା ପୋଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଏନେଇ ସୁକମା ଏସପି କିରଣ ଚହ୍ବାନ କହିଛନ୍ତି, ରବିବାର ସକାଳେ ଏହି ହତ୍ୟାକାଣ୍ଡ ହୋଇଛି । ଗୁଣି ଗାରେଡି ସନ୍ଦେହରେ ପାଞ୍ଚଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏତକଲ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ମଧ୍ୟ ଅପରାଧୀ ଗ୍ରାମରେ ହିଁ ଥିଲେ । 5ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ପ୍ରକୃତ ଘଟଣା ତଦନ୍ତ ଶେଷ ହେବା ପରେ ସାମ୍ନାକୁ ଆସିବ ।

Get real time updates directly on you device, subscribe now.