fbpx

୧ ଏପ୍ରିଲରୁ ଲାଗୁ ହେବ ଇନକମ୍ ଟ୍ୟାକ୍ସର ୫ଟି ନୂଆ ନିୟମ

ନୂଆଦିଲ୍ଲୀ,୧୬ ।୩: କରୋନା ଯୋଗୁଁ ଦେଶର ଅର୍ଥନୀତିରେ ଅନେକ ପ୍ରଭାବ ପଡିଛି । ଏହାରି ମଧ୍ୟରେ ଆଗାମୀ ଏପ୍ରିଲ ପହିଲାରୁ ଦେଶରେ ୫ଟି ନୂଆ ଆୟକର ନିୟମ ଲାଗୁହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ଉପସ୍ଥାପିତ ବଜେଟ୍ରେ ଏହି ନିୟମଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖିଥିଲେ । ଯେଉଁମାନେ ଆୟକର ରିଟଣ୍ଣ ଦାଖଲ କରୁନାହାନ୍ତି, ସେମାନଙ୍କର ଅଧିକ ଟିଡିଏସ୍ କଟାଯିବ । ସେହିଭଳି ଯେଉଁମାନେ ଇପିଏଫ ଆକାଉଣ୍ଟରେ ବର୍ଷକୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ରଖୁଛନ୍ତି ତାହା ଉପରେ ଟିକସ ଲାଗିବ ।

୭୫ ବର୍ଷ ବା ତଦୁଦ୍ଧ୍ୱର୍ ବୟସର ବରିଷ୍ଠ ନାଗରିକ ଯଦି ଗୋଟିଏ ବ୍ୟାଙ୍କରେ ସ୍ଥାୟୀ ଜମା ରଖି ତାହାର ସୁଧ ଏବଂ ସେହି ବ୍ୟାଙ୍କରୁ ପେନ୍ସନ ଅର୍ଥ ଉଠାଉଥାନ୍ତି ତେବେ ଏପ୍ରିଲ ୧ରୁ ତାଙ୍କୁ ଆଉ ଆୟକର ରିଟଣ୍ଣ ଦାଖଲ କରିବାକୁ ପଡିବନାହିଁ । ଏଥିସହିତ ବ୍ୟକ୍ତିଗତ ଟିକସଦାତାଙ୍କୁ ପ୍ରି-ଫାଇଲ୍ଡ ଆୟକର ରିଟଣ୍ଣ ବା ଆଇଟିଆର ପ୍ରଦାନ କରାଯିବ ।

ଟିକସଦାତା ଯେଭଳି ସହଜରେ ଆୟକର ଦାଖଲ ସମ୍ପର୍କିତ ସମସ୍ତ କାର୍ଯ୍ୟ ସଂପାଦନ କରିପାରିବେ, ସେଥିପାଇଁ ବେତନ ବାବଦ ଉପାର୍ଜନ, ଟିକସ ପୈଠ, ଟିଡିଏସ୍ ଆଦି ଏହି ପୂର୍ବରୁ ପୂରଣ କରାଯାଇଥିବା ଆୟକର ରିଟଣ୍ଣରେ ଆସିବ ।

Get real time updates directly on you device, subscribe now.