Fixed Deposit: ସ୍ତ୍ରୀ ବଦଳରେ ମାଆ ନାଁରେ କରନ୍ତୁ FD, ମିଳିବ ଏହି ସାନଦାର ଫାଇଦା

ଫିକ୍ସଡ୍ ଡିପୋଜିଟ ମାଆ ନାଁରେ କଲେ ମିଳିବ ଅଧିକ ରିଟର୍ଣ୍ଣ । କମ୍ ଦେବାକୁ ହେବ ଟ୍ୟାକ୍ସ ଡିଡକ୍ଟଡ୍ ଆଟ୍ ସୋର୍ସ ।

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଫିକ୍ସଡ୍ ଡିପୋଜିଟ୍ (FD)ରେ ନିବେଶ କରିବାକୁ ପସନ୍ଦ କରନ୍ତି କାରଣ ଏହା ଫିକ୍ସ ରିଟର୍ଣ୍ଣ ପ୍ରଦାନ କରିଥାଏ । ଅନ୍ୟପଟେ ଫିକ୍ସ ଉପରେ ଯଦି ଅଧିକ ସୁଧ ପାଇବାକୁ ଯାଉଛନ୍ତି ତାହେଲେ ମାଆ ନାଁରେ କରିପାରିବେ ।

ପ୍ରାୟତଃ ଲୋକମାନେ ଟ୍ୟାକ୍ସ ବଞ୍ଚାଇବା ପାଇଁ ନିଜ ସ୍ତ୍ରୀଙ୍କ ନାମରେ FD କରନ୍ତି । ଯଦି ଆପଣ FD (FD Interest Rates) ଉପରେ ସର୍ବାଧିକ ରିଟର୍ଣ୍ଣ ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କ ସ୍ତ୍ରୀଙ୍କ ବଦଳରେ ଆପଣଙ୍କ ମାଆଙ୍କ ନାମରେ ଏଫଡି କରିପାରିବେ । ଏହା ଏକ ଉତ୍ତମ ନିବେଶର ପ୍ରମାଣ ଦେବ ।

ଅଧିକ ରିଟର୍ଣ୍ଣ-  ମାଆ ନାଁରେ ଏଫଡି କଲେ ଅଧିକ ସୁଧ ସହିତ ଅନାନ୍ୟ ସୁବିଧା ମଧ୍ୟ ପାଇପାରିବେ । 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନାଁରେ ଏଫଡି କଲେ .5 ପ୍ରତିଶତ ଅଧିକ ରିଟର୍ଣ୍ଣସ ମିଳିବ । ମାଆଙ୍କ ବୟସ 80 ବର୍ଷ କିମ୍ବା ତା’ଠାରୁ ଅଧିକ ଅର୍ଥାତ୍ ସେ ଜଣେ ସୁପର ସିନିୟର ସିଟିଜେନ, ତେବେ ଆପଣ 0.75 ରୁ 0.80 ପ୍ରତିଶତ ଅଧିକ ସୁଧ ପାଇପାରିବେ ।

କମ୍ ଦେବାକୁ ହେବ TDS: ଏଫଡିରୁ ଆୟ ଉପରେ ଟିଡିଏସ୍ (ଟ୍ୟାକ୍ସ ଡିଡକ୍ଟଡ୍ ଆଟ୍ ସୋର୍ସ) କଟାଯାଏ । ଯଦି ଏକ ଆର୍ଥିକ ବର୍ଷରେ FD ରୁ ମିଳୁଥିବା ସୁଧ 40,000 ଟଙ୍କାରୁ ଅଧିକ ହୁଏ, ତେବେ ଆପଣଙ୍କୁ 10% TDS ଦେବାକୁ ପଡିବ। କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା 50,000 ଟଙ୍କା ଅଟେ ।