fbpx

ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ ମାଡ଼ିଆସିଲା ପାଣି: ନଦୀରେ ଭାସିଯାଇ ୭ ମୃତ, ଅନେକ ନିଖୋଜ

କୋଲକାତା: ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ପଶ୍ଚିମବଙ୍ଗ ଜଳପାଇଗୁଡ଼ିର ମାଲ ନଦୀରେ ଘଟିଯାଇଛି । ସୂଚନା ମୁତାବକ, ମା’ଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ପାଣି ମାଡ଼ିଆସିଥିଲା ପାଣି । ଏବେ ବି ୩୦ରୁ ୪୦ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଏନଡିଆରଏଫ ଟିମ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ପୋଲିସ ଅଧିକାରୀ ଦେବର୍ଷି ଦତ୍ତା କହିଛନ୍ତି ଯେ, ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ମଲ୍ ନଦୀରେ ଅଚାନକ୍ ପାଣି ମାଡ଼ିଆସିଥିଲା । ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଏଭଳି ଅଘଟଣ ଘଟିଗଲା । ଏଥିରେ ଅନେକ ଲୋକ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଘଟଣାରେ ମୃତ ୭ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.