ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ଛାତ୍ରଛାତ୍ରୀ ଅସନ୍ତୋଷ

ମାଟ୍ରିକ୍ ପରୀକ୍ଷା: ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର: ଆଜି ମାଟ୍ରିକ୍ ପିଲା ବିଜ୍ଞାନ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଦେଇ ଫେରିବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଜ୍ଞାନ ସି-ସେଟରେ ୪ ମାର୍କ କମ୍ ଥିବା ସୂଚନା ରହିଛି। ଏହି ତ୍ରୁଟିକୁ ସ୍ୱୀକାର କରିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି ଯେ, ଯେଉପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ଆମେ ବିଚାର କରୁଛୁ। ପରୀକ୍ଷା ପରିଚାଳନା କମିଟି ଏ ନେଇ ତର୍ଜମା କରିବ।