ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଲାଗିଲା ଲଟେରି… ୫ଶହ ଟଙ୍କା ବଦଳରେ ଜିତିଲେ ୨୧ କୋଟି, ମଝି ଆକାଶରେ ଚାକିରିକୁ କଲେ ଗୁଡ୍ ବାଏ

୫ଶହ ଟଙ୍କାର ଖେଳିଥିବା କେସିନୋ ଗେମ୍ ରାତାରାତି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ୫ଶହ ଟଙ୍କାରେ ସେ ୨୧ କୋଟିର ମାଲିକାଣୀ ହୋଇଥିଲେ।

ନୂଆଦିଲ୍ଲୀ: ଗୋଟେ କଥା ଶୁଣିବାକୁ ମିଳେ ଯେତେବେଳେ ଉପରବାଲା ଦିଏ ଛପର ଫାଡ଼ିକି ଦିଏ। ଯେତେବେଳେ ଭଗବାନ ତୁମ ଭାଗ୍ୟରେ କିଛି ଭଲ ଲେଖିଥିବେ ତାହା ନିଶ୍ଚିତ ହେବ।

ଏମିତି କିଛି ଘଟିଛି ବିମାନ ପରିଚାରିକାଙ୍କ କ୍ଷେତ୍ରରେ। ତାଙ୍କୁ ଭଗବାନ ଗୋଟେ ମୁହୁର୍ତ୍ତରେ ଏତେ ମାତ୍ରାରେ ତାଙ୍କ ଲଟେରି ଲଗାଇ ଦେଇଥିଲେ ଯାହା ପରେ ପରେ ସେ ମଝି ଆକାଶରେ ଚାକିରି ଛାଡ଼ି ଦେଇଥିଲେ।

ଲକ୍ କେତେବେଳେ କେଉଁଠି ଖୋଲିବ ତାହା ତ ଉପରୱାଲାର ହାତରେ। ଫ୍ଲାଇଟ୍ ଆଟେଣ୍ଡାଟ ପ୍ରିୟା ଶର୍ମାଙ୍କ ସହିତ କିଛି ଏପରି ଘଟିଛି।

୫ଶହ ଟଙ୍କାର ଖେଳିଥିବା କେସିନୋ ଗେମ୍ ରାତାରାତି ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ସେ ଅନଲାଇନ ଗେମ୍ କେସନୋରେ ଭାଗ ନେଇଥିଲେ ଯାହାପରେ ତାଙ୍କ ଭାଗ୍ୟ ଚମକି ଉଠିଥିଲା।
୫ଶହ ଟଙ୍କାରେ ସେ ୨୧ କୋଟିର ମାଲିକାଣୀ ହୋଇଥିଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପ୍ରିୟା ଶର୍ମା ଏକ ଅନ୍ତର୍ଜାତୀୟ ଏୟାରଲାଇନ୍ସରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବରେ କାମ କରୁଥିଲେ। ୨୧ କୋଟି ଜିତିବା ପରେ ଉଡ଼ାଣ ମଝିରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ବିଜୟର ନିଶ୍ଚିତତା ପାଇବା ମାତ୍ରେ ସେ ତୁରନ୍ତ ବିମାନରେ ଘୋଷଣା କରି ଇସ୍ତଫା ଦେଇଥିଲେ।

ସେ କହିଥିଲେ, ଯାତ୍ରୀଗଣ ମୁଁ ତୁମର ଏୟାର ହୋଷ୍ଟେସ କହୁଛି… ଏହା ମୋର ଶେଷ ଉଡ଼ାଣ। ଯାତ୍ରୀମାନଙ୍କ ପାଇଁ ଯେତିକି ଆଶ୍ଚର୍ଯ୍ୟଜନକ ଥିଲା, ସେତିକି ରୋମାଞ୍ଚକର ମଧ୍ୟ ଥିଲା।
ପ୍ରିୟା ହସି ହସି କହିଥିଲେ, ମୁଁ କେବଳ ଏକ ଗେମ୍‌ରେ ୫ଶହ ଟଙ୍କା ନିବେଶ କରିଥିଲି।’ ମୁଁ କେବେ ଭାବି ନଥିଲି ଯେ ମୋ ଭାଗ୍ୟ ଏତେ ପରିବର୍ତ୍ତନ ହେବ।

ଏବେ ମୁଁ ମୋ ଜୀବନକୁ ମୋ ଉପାୟରେ ବଞ୍ଚିବାକୁ ଚାହୁଁଛି। ଏହି ଘୋଷଣା ପରେ, ବିମାନରେ ଉପସ୍ଥିତ ସମସ୍ତେ ତାଙ୍କୁ କରତାଳି ଦେଇ ଅଭିନନ୍ଦନ ଜଣାଇଥିବା ଦେଖାଯାଇଥିଲା।

ଏହି ଭିଡିଓ ଏବଂ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଲୋକ କହିଛନ୍ତି ଯେ ଏହା ଏକ ପ୍ରେରଣା ଯେ ଏକ ଛୋଟ ଆଶା ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିପାରେ।

ପ୍ରିୟା ଏବେ ଏହି ଟଙ୍କାକୁ ଯାତ୍ରା, ସାମାଜିକ କାର୍ଯ୍ୟ ଏବଂ ନିଜର ଜୀବନଶୈଳୀ, ଏବଂ ବ୍ରାଣ୍ଡ ଲଞ୍ଚ କରିବା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି। ସେ କହିଲେ, ଏବେ ମୁଁ କେବଳ ଉଡ଼ାଣ ନୁହେଁ, ଜୀବନର ପ୍ରତ୍ୟେକ ସ୍ୱପ୍ନକୁ ଉଚ୍ଚତା ଦେବାକୁ ଚାହୁଁଛି।