Flipkartରେ ହେବ ଦୀପାବଳି ସେଲ୍: ୮୦-୯୦ ପ୍ରତିଶତ ପର୍ଯ୍ୟନ୍ତ ମିଳିବ ରିହାତି, କେବେ ମିଳିବ ଅଫର?

ଓଡ଼ିଶା ଭାସ୍କର: ଦୁର୍ଗାପୂଜା ପାଇଁ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଅଫର ଶେଷ ହୋଇଛି । ଆଗକୁ ଦୀପାବଳି ଥିବା ବେଳେ ବର୍ତ୍ତମାନ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଦମଦାର ଅଫର । ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମିଳିବ ଦିୱାଲୀ ସେଲ୍ । ଏଥିପାଇଁ ଫ୍ଲିପକାର୍ଟରେ ସେଲର ମାଇକ୍ରୋସାଇଟ ଲାଇଭ ହୋଇଛି । ଏହାବ୍ୟତୀତ ଫ୍ଲିପକାର୍ଟ କମ୍ପାନୀ ତରଫରୁ ଦିୱାଲୀ ସେଲ୍ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇଯାଇଛି । ସ୍ମାର୍ଟଫୋନ୍, ଟ୍ରେଣ୍ଡିଂ ପୋଷାକ ସହିତ ବିଭିନ୍ନ ଜିନିଷରେ ରିହାତି ପାଇପାରିବେ ଗ୍ରାହକ । ଏହାବ୍ୟତୀତ ବିଭିନ୍ନ କାର୍ଡ ବ୍ୟବହାର କଲେ ଗ୍ରାହକ ଆହୁରି ଅଧିକ ରିହାତି ପାଇପାରିବେ ।

ଆସନ୍ତା ଅକ୍ଟୋବର ୨୧ ତାରିଖରୁ ଫ୍ଲିପକାର୍ଟରେ ଦିୱାଲୀ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହାସହିତ ଏସବିଆଇ କାର୍ଡ ବ୍ୟବହାର କରି ପ୍ରଡକ୍ଟ ଉପରେ ଅତିରିକ୍ତ ୧୦% ରିହାତି ପାଇପାରିବେ ଗ୍ରାହକ । ଏହି ସେଲରେ ଆଇଫୋନ୍, ସାମସଙ୍ଗ, ଭିଭୋ ସମେତ ବିଭିନ୍ନ ବ୍ରାଣ୍ଡର ମୋବାଇଲ ଫୋନ୍ ଦମଦାର ରିହାତି ସହ କିଣିପାରିବେ ଗ୍ରାହକ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହି ଅଫରକୁ ନେଇ କୌଣସି ଘୋଷଣା କରିନାହିଁ । ତେବେ ଦିୱାଲୀ ପାଇଁ ଗ୍ରାହକଙ୍କୁ ବେଶ୍ ଭଲ ଅଫର ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ, ଦିୱାଲୀରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଫ୍ଲିପକାର୍ଟ ଫେସନ୍ ସାମଗ୍ରୀ ଉପରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ସେହିପରି ରୋଷେଇ ଉପକରଣ ବା ରୋଷେଇ ଘରର ଆବଶ୍ୟକୀୟ ସାମଗ୍ରୀଗୁଡ଼ିକରେ ୮୦ ପ୍ରତିଶତ ରିହାତି ସହ ସପିଙ୍ଗ କରିପାରିବେ ଗ୍ରାହକ । ତେବେ ଦିୱାଲୀ ଅଫରରେ ଯଦି ଆପଣ ସ୍ମାର୍ଟଫୋନ୍ କିମ୍ବା ଗ୍ୟାଜେଟ କିଣିବାକୁ ଇଚ୍ଛା କରୁଛନ୍ତି, ତେବେ ଏଥିରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏଥିରେ ସ୍ମାର୍ଟଫୋନ୍ ବ୍ୟତୀତ ସ୍ମାର୍ଟ ୱାଚ୍, ୱାଶିଙ୍ଗ ମେସିନ୍, ଏସି, ଫିଜ୍ ଇତ୍ୟାଦି କମ୍ ଦାମରେ ଉପଲବ୍ଧ ହେବ । ଏହିସବୁ ସାମଗ୍ରୀ ଉପରେ ବମ୍ପର ଡିସ୍କାଉଣ୍ଟ ପ୍ରଦାନ କରିବାକୁ ଯାଉଛି ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ।

Get real time updates directly on you device, subscribe now.