6 ଜିଲ୍ଲାରେ ବନ୍ୟା ସ୍ଥିତି, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା
ଧାମନଗର ବ୍ଲକର ୪ ଟି ପଞ୍ଚାୟତରେ ସ୍କୁଲ୍ ଛୁଟି ଘୋଷଣା ।
ଭୁବନେଶ୍ବର: ରାଜ୍ୟରେ ପ୍ରାୟ 6 ଜିଲ୍ଲାରେ ବନ୍ୟା ସ୍ଥିତି ରହିଛି । ଏହି 6 ଜିଲ୍ଲା ମଧ୍ୟରେ ଭଦ୍ରକ ମଧ୍ୟ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରାଯାଇଛି ।
୪ ପଞ୍ଚାୟତରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ଧାମନଗର ବ୍ଲକର ୪ ଟି ପଞ୍ଚାୟତରେ 2 ଦିନ ବନ୍ଦ ରହିବ ସ୍କୁଲ । ସୋହଡ଼ା, ପଧାନୀ, ଅର୍ଜୁନପୁର ଓ ହସନାବାଦରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି ।
ବନ୍ୟା ବିତ୍ପାତର ଚିତ୍ର ସାମ୍ନାକୁ ଆସିଛି । ଅନେକ ଲୋକ ପାଣି ଘେରରେ ରହିଥିବା ବେଳେ ଅନେକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ଏହାରି ଭିତରେ 4 ପଞ୍ଚାୟତରେ 2ଦିନ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ପ୍ରକାଶଥାଉକି, ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦୁଝର ମୟୁରଭଞ୍ଜ, ସୁନ୍ଦରଗଡ଼ ଏବଂ ବାଲେଶ୍ୱର ରହିଛି । ୬ ଜିଲ୍ଲାରେ ୧୧ ହଜାର ୧୬ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
ଭଦ୍ରକରେ ଗୋଟିଏ ଓଡ୍ରାଫ ୧ ଏବଂ ଗୋଟିଏ NDRF ଏବଂ ୧୩ ଅଗ୍ନିଶମ ଟିମ ମୁତୟନ କରାଯାଇଛି । ଏହା ସହିତ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।