fbpx

Big Breaking ଖୁବଶୀଘ୍ର ମହାନଦୀରେ ଆସୁଛି ବନ୍ୟା: ସ୍ଥିତି ମୁକାବିଲା ପାଇଁ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ସ୍ଥିତି ବେହାଲ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଗାଁ ଏବେ ଜଳମଗ୍ନ ହୋଇ ରହିଛି । ତେବେ ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ଖବର ହେଉଛି ହୀରାକୁଦରେ ଜଳସ୍ତର ନିୟନ୍ତ୍ରଣରେ ଥିବାରୁ ଡ୍ୟାମରେ ମାତ୍ର ୨ଟି ଗେଟ୍ ଖୋଲାଯାଇଛି । କିନ୍ତୁ ଏହାପରେ ବି ମହାନଦୀକୁ ନେଇ ହୋଇଛି ବନ୍ୟା ଆଲର୍ଟ । ମହାନଦୀ ସିଷ୍ଟମରେ ଏକ ଛୋଟ ଧରଣର ବନ୍ୟା ହେବା ନେଇ ସମ୍ଭାବନା ଜାରି କରାଯାଇଛି ।

ପ୍ରବଳ ବର୍ଷାରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମହାନଦୀ ସିଷ୍ଟମରେ ଏକ ଛୋଟ ବନ୍ୟା ହେବାର ସମ୍ଭାବନା ଥିବା ନେଇ ସୂଚନା ଦିଆଯାଇଛି । ତେବେ ବନ୍ୟା ସ୍ତିତିକୁ ମୁକାବିଲା କରିବା ପାଇଁ ଏସଆରସି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଏହି ବୈଠକରେ ଜଳ ସମ୍ପଦ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି । ମହାନଦୀରେ ଜଳସ୍ତରକୁ ଦେଖି ୭ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ତଳିଆ ଅଞ୍ଚଳ ତଥା ଉପକୂଳ ଅଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ବେଶୀ ପଡ଼ିପାରେ । ତେଣୁ ଏଭଳି ସ୍ଥାନ ଗୁଡ଼ିକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ୍ ପଠାଯାଇଛି ।

Get real time updates directly on you device, subscribe now.