fbpx

ରାଜଧାନୀରେ ବନ୍ୟାଜଳ: ବୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ

ଭୁବନେଶ୍ୱର: ବନ୍ୟାପାଣିରେ ବୁଡ଼ିଛି ଓଡ଼ିଶାର ତଳିଆ ଅଞ୍ଚଳ । ଏହାରି ମଧ୍ୟରେ ରାଜଧାନୀରେ ପଶିଛି ଦୟାନଦୀର ଉଚ୍ଛୁଳା ବନ୍ୟାଜଳ । ସୁନ୍ଦରପଦା ଅଞ୍ଚଳରେ ପଶିଛି ଦୟାନଦୀର ବନ୍ୟାଜଳ । ବହୁତ ସଂଖ୍ୟାରେ ଲୋକେ ଜଳବନ୍ଦୀ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ସରିଯାଇଥିବା ବେଳେ ବିଦ୍ୟୁତ କାଟ ଯୋଗୁଁ ଲୋକମାନେ ଅନ୍ଧାରରେ ରହିଛନ୍ତି ।

ଏହା ସହ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ୫୭ ବାଘମାରିଠାରେ ବୁଡ଼ିଯାଇଛି । ଏନଏଚ-୫୭ ଉପରେ ଦେଢ଼ ଫୁଟର ପାଣି ଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଟ୍ରି ଉଷ୍ଣ ପ୍ରସ୍ରବଣ ଭିତରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

କୁଶଭଦ୍ରା ନଦୀରେ ୨୫ ଫୁଟ ଦୀର୍ଘର ଘାଇ ସୃଷ୍ଟି ହୋଇଛି । ଗୋପ ଗଣେଶ୍ୱରପୁର ପଞ୍ଚାୟତ ଖଣ୍ଡିଆ କୁଦରେ ଘାଇ ସୃଷ୍ଟି ହୋଇଛି । ଏହା ଫଳରେ ୬ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ବାଙ୍କୀ ଏନଏସିରେ ପଶିଛି ମହାନଦୀ ପାଣି । ସାହାଡପଡ଼ାର ୧୪,୧୫,୧୬ ନମ୍ବର ୱାର୍ଡରେ ପଶିଛି ବନ୍ୟାପାଣି । ତେବେ ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୬ ଫୁଟ ରହିଛି । ଡ୍ୟାମକୁ ୫ ଲକ୍ଷ ୯୬ ହଜାର ୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମରୁ ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ ପାଣି ।

Get real time updates directly on you device, subscribe now.