ପରିସ୍ରାରେ ଫେଣ ହେଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇଥାଇପାରେ ଏହି ଜଟିଳ ରୋଗ
ପରିସ୍ରାରେ ଫେଣ ହେଲେ ଡାକ୍ତରଣ ପରାମର୍ଶ ନେବା ଉଚିତ । ଏହା ଅନେକ ରୋଗର କାରଣ ହୋଇପାରେ ।
ନୂଆଦିଲ୍ଲୀ: କୁହାଯାଏ, ପରିସ୍ରାକୁ ଦେଖି ରୋଗ ଚିହ୍ନଟ କରାଯାଇଥାଏ । ବେଳବେଳେ ପରିସ୍ରାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।
ଅନ୍ୟପଟେ କେତେବେଳେ ପରିସ୍ରା କରିବା ସମୟରେ ଫେଣ ଦେଖାଯାଇଥାଏ । ଏହା ମଧ୍ୟ ଏକ ପ୍ରକାର ରୋଗର କାରଣ ବୋଲି କୁହାଯାଇଥାଏ । କିଡନୀ ରୋଗ ପୂର୍ବରୁ ଏହା ସଙ୍କେତ ଦେଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ରକ୍ତରେ ଶର୍କରାର ପରିମାଣ ଅଧିକା ହେଲେ ମଧ୍ୟ ପରିସ୍ରା ଫେଣ ହୋଇପାର ।
ଯୋନୀରେ ସଂକ୍ରମଣ, ୟୁରିନ ବ୍ଲାଡର ସଂକ୍ରମଣ, କିଡନୀ ଷ୍ଟୋନ ଯୋଗୁଁ ମଧ୍ୟ ପରିସ୍ରାରେ ଫେଣ ହୋଇଥାଏ ।
ୟୁଟିଆଇ ସମସ୍ୟା କାରଣରୁ ମୁତ୍ରନଳୀରେ ସଂକ୍ରମଣ ହୋଇଥାଏ । ଏହା ଦ୍ବାରା ମଧ୍ୟ ମୁତ୍ରରେ ଫେଣ ଦେଖାଯିବାର ସମ୍ଭାବନା ରହିଥାଏ । ଯଦି ଏଭଳି ସମସ୍ୟା କିଛି ଦିନ ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏ ବିଷୟପେ ସବିଶେଷ ଜାଣିବା ପାଇଁ କିଡନୀ ପରୀକ୍ଷା, ମାଇକ୍ରୋଏବ୍ଲିମିନ କିମ୍ବା ଅଲଟ୍ରାସାଉଣ୍ଡ କରିପାରିବେ ।