ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ଚିକିତ୍ସା ନିମନ୍ତେ ଶାରଦାଙ୍କୁ ଦିଲ୍ଲୀ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଛି । ଗତ ଏକ ସପ୍ତାହ ଧରି ଶ୍ରୀମତୀ ସିହ୍ନା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟାବସ୍ଥାରେ ଅହେତୁକ ଅବନତି ଦେଖାଦେବା ଫଳରେ ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ଏମ୍ସର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ନିକଟରେ ଶାରଦାଙ୍କ ପତିଙ୍କ ବ୍ରେନ ହାମରେଜରେ ପରଲୋକ ଘଟିଥିଲା । ସେହି ଘଟଣା ପରଠାରୁ ସେ ବହୁତ ଚିନ୍ତିତ ରହୁଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ । ଏମ୍ସ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।