ବଡ଼ ଦୁଃଖ ଖବର: ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା, ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନା ଆଉ ନାହାନ୍ତି । ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସିହ୍ନା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଦିଲ୍ଲୀ ଏମ୍ସରେ ଶାରଦା ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଭେଟରକୁ ଶିଫ୍ଟ କରାଯାଇଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ପ୍ରୟାସ ବ୍ୟର୍ଥ ଯାଇଥିଲା ଓ ଏହି ମହାନ୍ ଗାୟିକା ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଥିଲେ । ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଗଭୀର ନିରାଶା ଖେଳିଯାଇଛି ।

ଭୋଜପୁରୀ ଲୋକ ଗାୟିକା ଶାରଦା ଆଜି ଲହଲୀଳା ସମ୍ବରଣ କରିଥିଲେ ହେଁ ତାଙ୍କର କଳା ଜନମାନସରେ ସର୍ବଦା ଜୀବିତ ରହିବ । ଗତ ୪ ତାରିଖରେ ଗାୟିକାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ଖବର ଆସିଥିଲା । ସ୍ୱାମୀ ବ୍ରଜକିଶୋର ସିହ୍ନାଙ୍କ ମୃତ୍ୟୁ ପରେ ଶାରଦା ବେଶ ଚିନ୍ତାରେ ରହୁଥିଲେ । ସେ ଗତ କିଛିଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ୍ ଆସି ଗାୟିକାଙ୍କର ପୁଅ ଅଂଶୁମାନ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପଡେଟ୍ ଦେଇଥିଲେ ।

ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟର ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶୁମାନଙ୍କୁ ଫୋନ କରି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟାରେ ଅବନତି ଦେଖାଦେବାରୁ ଗତ ମାସ ୨୬ ତାରିଖରେ ଶାରଦାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ନିକଟରେ ପତିଙ୍କର ବ୍ରେନ ହାମରେଜରେ ପରଲୋକ ଘଟିବା ପରଠାରୁ ଶାରଦା ବହୁତ ଚିନ୍ତିତ ରହୁଥିଲେ । ଶାରଦା ଭୋଜପୁରୀ ଓ ମୈଥିଲି ଭାଷାରେ ଅନେକ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୮ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।