fbpx

ଏୟାରପୋର୍ଟରେ ମାନନ୍ତୁ ଏହି ୮ଟି ନିୟମ, ନହେଲେ ଯିବେ ଜେଲ…..

ଓଡିଶା ଭାସ୍କର: କୌଣସି ମହତ୍ତ୍ୱପୂର୍ଣ୍ଣ ଯାତ୍ରା ପୂର୍ବରୁ ପ୍ୟାକିଙ୍ଗ କରିବା ପଡିଥାଏ । ବହିଲୋକ ଭିନ୍ନ ଭିନ୍ନ ତରିକାରେ ଯାତ୍ରା କରନ୍ତି । କିଏ ବାଇକରେ ଯାଏ ତ ପୁଣି କିଏ ରେଳପଥରେ । ମାତ୍ର ସମ୍ଭ୍ରାନ୍ତଶ୍ରେଣୀୟ ଓ ପଇସା ଥିବା ଲୋକେ ବିମାନରେ ଯିବାକୁ ବେଶୀ ପସନ୍ଦ କରନ୍ତି । କିନ୍ତୁ ଏୟାରପୋର୍ଟରେ ଯାତ୍ରା କରିବା ପୂର୍ବରୁ କେତେକ ନିୟମ ପ୍ରତି ସତର୍କ ଓ ସଜାଗ ରହିବା ଆବଶ୍ୟକତା ରହିଛି । ନହେଲେ ଅକାଳରେ ଆପଣ ଜେଲ ବି ଯାଇପାରନ୍ତି । ବିମାନ ବନ୍ଦରର କର୍ମଚାରୀ ସୀମା ଶୁଳ୍କ, କୃଷି, ସ୍ୱାସ୍ଥ୍ୟ ତଥା ଅନ୍ୟ କେତେକ କ୍ଷେତ୍ରରେ ସୁରକ୍ଷା ଦୃଷ୍ଟିକୋଣରୁ ନିୟମ ଲାଗୁ କରି ଥାଆନ୍ତି । ଯଦି ଆପଣଙ୍କ ବିମାନ ଯାତ୍ରାକୁ ସୁଖଦ କରିବାକୁ ଚାହୁଁଛନ୍ତି ,ତେବେ ଏହି ୮ ଟି ନିୟମକୁ ପାଳନ କରନ୍ତୁ ।

୧. ଏକ୍ସପାୟର ବା କ୍ଷତିଗ୍ରସ୍ତ ଯାତ୍ରା ଦସ୍ତାବେଜ: ଯାତ୍ରା ଦସ୍ତାବେଜ ଏୟାରଲାଇନ ଓ ଦେଶ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ଫଳରେ ଆପଣଙ୍କ ଟ୍ରାଭେଲ ଡକ୍ୟୁମେଣ୍ଟ ଏକ୍ସପାୟର ନ ହୋଇଥିବା ଦରକାର । ତାହାସହ ଆପଣଙ୍କ ଫଟୋ ଓ ବାୟୋଡାଟା ଭିଜିବୁଲ ହୋଇଥିବ ।

୨. ନିଷିଦ୍ଧ ବସ୍ତୁ: ଅଶ୍ଲୀଳ ସାହିତ୍ୟଠୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ଅନେକ ଜିନିଷ ଆପଣକୁ ଅଡୁଆରେ ପକାଇପାରେ । ପ୍ରତିବନ୍ଧିତ ବସ୍ତୁର ଗୋଟିଏ ସୂଚୀ ଥାଏ ବିମାନରେ ଯାତ୍ରା କରିବା ପାଇଁ । ତାହାକୁ ଜାଣିବା ଆବଶ୍ୟକ । ଭାରତକୁ ଜଣେ ଯଦି ବିମାନରେ ଆସିବାକୁ ଚାହେଁ ଓ ତାହା ପାଖରେ ଭାରତ ସେହି ମାନଚିତ୍ର ଓ ସାହିତ୍ୟକୁ ପ୍ରତିବନ୍ଧିତ କରିଛି, ଯେଉଁଥିରେ ବାହାର ସୀମାକୁ ଭୁଲ ଭାବରେ ଦର୍ଶାଯାଇଥିବ । କେତେକ ବସ୍ତୁ ଜଣେ ବ୍ୟକ୍ତିର ଦେଶରେ ବୈଧ ହୋଇ ଅନ୍ୟ ଦେଶରେ ଅବୈଧ ହୋଇପାରେ । ତାହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

୩. ଅଧିକ ଟଙ୍କା ଓ ଅଘୋଷିତ ସାମାନ ମଧ୍ୟ ଆପଣଙ୍କୁ ହଇରାଣ କରିପାରେ । ୧୦ ହଜାର ଡଲାରରୁ ଅଧିକ ଟଙ୍କା ନେଇ ଯାତ୍ରା କରୁଥିଲେ ଯେଉଁ ଦେଶକୁ ଯାତ୍ରା କରୁଥିବେ , ସେ ଦେଶର ଅଧିକାରୀଙ୍କୁ ସୂଚିତ କରିବାକୁ ପଡେ।

୪. ପ୍ରିସ୍କିପସନ ଓ ଔଷଧ ମଧ୍ୟ ନେଇ ଯାଉଥିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ।
୫. ବୃକ୍ଷ ଓ ଜୀବଜନ୍ତୁଙ୍କୁ ନେଇ ମଧ୍ୟ ବିମାନରେ ଯାତ୍ରା କରନ୍ତୁ ନାହିଁ ।
୬. ଜ୍ୱଳନଶୀଳ ଓ ବିସ୍ପୋଟକ ପଦାର୍ଥ ନେଇ କେବେ ବି ବିମାନରେ ଯାଆନ୍ତୁ ନାହିଁ ।
୭. ଜଣେ ଯଦି ବିମାନରେ ଅଧିକ ମଦ ପିଇଥିବ ଓ ଅନ୍ୟମାନଙ୍କ ଅସୁବିଧାର କାରଣ ହୋଇଥିବ ତେବେ ତାହା ମଧ୍ୟ ଏକ ଅପରାଧ ଭାବରେ ବିବେଚନା କରାଯାଏ ।
୮. ବଳକା ଜରିମାନା ଦେଇ ନ ଥିବା ବ୍ୟକ୍ତି ଓ ୱାରେଣ୍ଟ ଜାରି ହୋଇଥିବା ବ୍ୟକ୍ତି ଯଦି ବିମାନରେ ଯାତ୍ରା କରୁ ଥାଆନ୍ତି , ତେବେ ସେମାନେ ଜେଲ ଯିବା ଥୟ

Get real time updates directly on you device, subscribe now.