fbpx

ୟୁକ୍ରେନରେ ଖାଦ୍ୟ ସଙ୍କଟ: ଆକ୍ରମଣକୁ ନେଇ ଆମେରିକାର ବଡ଼ ଦାବି

କିଭ: ଯୁଦ୍ଧର ୧୦ମ ଦିନରେ ବି ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରକୁ କବଜା କରିସାରିଲେଣି ରୁଷ ସେନା । ଘର ଭିତରେ ଥିବା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ୟୁକ୍ରେନର କିଛି ସହରରେ ଖାଦ୍ୟ ସଙ୍କଟ ଉପୁଜିଛି । ଖାଦ୍ୟ ସଙ୍କଟକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡିଲାଣି ।

ରୁଷର ଆକ୍ରମଣ ମଧ୍ୟରେ ଜର୍ମାନୀର ସହାୟତା ଲୋଡିଛି ୟୁକ୍ରେନ । ତୁରନ୍ତ ସହାୟତା ଯୋଗାଇବାକୁ ଜର୍ମାନୀକୁ ୟୁକ୍ରେନ ନିବେଦନ କରିଛି । କମାଣ, ବୁଡ଼ା ଜାହାଜ ଓ ଲଢ଼ୁଆ ବିମାନ ଯୋଗାଇବାକୁ ଜର୍ମାନୀକୁ ନିବେଦନ କରାଯାଇଛି ।

ଅନ୍ୟପଟେ ରୁଷ-ୟୁକ୍ରେନ ଆକ୍ରମଣକୁ ବଡ଼ ଦାବି କରିଛି ଆମେରିକା । ଆମେରିକାର କହିବା ମୁତାବକ, ରୁଷ ୫୦୦ରୁ ଅଧିକ ମିସାଇଲ ମାଡ଼ କଲାଣି । ୟୁକ୍ରେନରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଲୋକ ପଳାୟନ କଲେଣି । ସେପଟେ ରୁଷ ଟାର୍ଗେଟରେ ୟୁକ୍ରେନର ‘ଆଇଦର’ ବାଟାଲିଆନ । ‘ଆଇଦର’ ବାଟାଲିଆନ ଉପରେ ଡ୍ରୋନ ଆଟାକ କରିଛି ରୁଷ । ରୁଷର ଡ୍ରୋନ ଆଟାକ୍ ନେଇ ୟୁକ୍ରେନ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.