ରଥଯାତ୍ରା ପାଇଁ ଚଳଚଞ୍ଚଳ, ବରଗଡ଼ରୁ ପୁରୀ ଯିବ ରଥକାଠ

ବରଗଡ଼ରୁ ପୁରୀ ଯିବ ରଥକାଠ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଲା ପସ୍ତୁତି । ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ ଯାଇ ପହଞ୍ଚିଛି । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ୫ ଜଣିଆ ଟିମ୍ ।

ଏହି ୫ ଜଣିଆ ଟିମ୍ ସହ ଉପସ୍ଥିତ ରହିବେ ବରଗଡ଼ ଡିଏଫଓ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ଆୟୋଜିତ ହୋଇଛି। ସୂଚନା ଅନୁସାରେ, ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବା କାରଣରୁ ଏହି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମଇଲମ ନୀତି ଚାଲୁଥିବା ବେଳେ ସେବାୟତ ଆସି ଛୁଇଁ ଦେଇଥିଲେ ।

ଏହି କାରଣ ପାଇଁ ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ।